No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ମଙ୍ଗଳବାର ) ପୁରୀ – ପୁରୀ ଜ଼ିଲ୍ଲାପାଳ ସମର୍ଥ ବର୍ମା ଓ ଏସପି. ଡଃ କନୱର ବିଶାଲ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜ଼ିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପୁରୀ ବାସେଳୀ ସାହି ଓ ସଦର ଥାନା ଛକ ସମେତ ସହର ର ବିଭିନ୍ନ ଛକ ମାନଙ୍କ ରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ରେ ଶହ ଶହ ଗାଡି ମୋଟର ଯାଞ୍ଚ କରାଯାଇଥିଲା ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିର୍ଦ୍ଧେଶ କ୍ରମେ ଓ । ଚଳିତ ମାସ ୧୮ ତାରିଖ ଠାରୁ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସ୍ପେସିଆଲ ଡ୍ରାଇଭ ଅଭିଯାନ ରେ ଗାଡି ଚାଳକ ଙ୍କ ଡ଼ିଏଲ, ସିଟ ବେଲ୍ଟ, ହେଲମେଟ ଚେକିଂ କରାଯାଇ ନଅ ଗୋଟି ଗାଡି ଜବତ, ୨୫୩ ଜଣ ଙ୍କ ନାଁ ରେ ଇ -ଚାଲାଣ କରାଯାଇ ସମୁଦାୟ ୧୮ ଲକ୍ଷ ୬ ହଜାର ୫୯୩ ଟଙ୍କା ଜୋରିମାନା କରାଯାଇଛି,
ଏବଂ ଅନେକ ଡ଼ିଏଲ କୁ ବାତିଲ କରାଯାଇ ଗାଡି ଚାଳକ ନାଁ ରେ ବିଭିନ୍ନ ମାମଲା ରୁଜୁ ହୋଇଛି କ୍ଷ ସହର ତଥା ଜ଼ିଲ୍ଲା ରେ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜ଼ିଲ୍ଲା ର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ସାଧାରଣ ଲୋକ ଓ ପର୍ଯ୍ୟଟକ ଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନ କୁ ଆହୁରି କଡାକଡି କରାଯିବ । ଏବଂ ଲୋକେ ଯେମିତି ଅଯଥା ରେ ଦଶ ହଜାର, ପନ୍ଦର ହଜାର ଟଙ୍କା ଫାଇନ ନ ଦେବେ, ନିଶା ଗ୍ରସ୍ତ ଅବସ୍ଥା ରେ ଗାଡି ନ ଚଳାଇବାକୁ, ଟ୍ରାଫିକ ନିୟମ କୁ ଶୃଙ୍ଖଳା ର ସହିତ ମାନିବାକୁ ଓ ଜ଼ିଲ୍ଲା ରେ ଦୁର୍ଘଟଣା ମୃତ୍ୟୁ ହାର କୁ କିଭଳି ରୋକା ଯାଇ ପାରିବ ଏଥିପାଇଁ ପୁରୀ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସହର ତଥା ଜ଼ିଲ୍ଲା ବାସୀ ଙ୍କୁ ନିବେଦନ କରିଛନ୍ତି ।
ଏ ନେଇ ସହର ତଥା ଜ଼ିଲ୍ଲା ର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତା ରେ ଆହୁରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏଇ ଅଭିଯାନ ରେ ଆରଟିଓ ଶ୍ରୀ ପଟ୍ଟନାୟକ ଙ୍କ ସମେତ ଏମ ଭିଆଇ, ଆସିଷ୍ଟାଣ୍ଡ ଏମଭିଆଇ, ଟି ଆଇ ଓ ବିଭିନ୍ନ ପୋଲିସ ଅଧିକାରୀ ପ୍ରମୁଖ ଉଭୟ ବିଭାଗ ର ବିଭିନ୍ନ ଅଧିକାରୀ କର୍ମଚାରୀ ସାମିଲ ଥିଲେ ।

No Result
View All Result