ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ (ଇକୋରସା)ଖୋର୍ଦ୍ଧାରୋଡ୍ ଦ୍ୱାରା ରେଲୱେ ଷ୍ଟାଡିୟମ ବ୍ୟାଡମିଣ୍ଟନ ହଲରେ ରେଳ କର୍ମଚାରୀ ଓ ତାଙ୍କ ପିଲା ମାନଙ୍କ ପାଇଁ “ଇନଡୋର ଗେମ୍ସ-୨୦୨୨”ଆରମ୍ଭ ହେଇଯାଇଛି | ଏହି କାର୍ଯ୍ୟକ୍ରମରେ ବ୍ୟାଡମିଣ୍ଟନ୍, ଚେସ୍,କ୍ୟାରମ୍ ଏବଂ ଟେବୁଲ୍ ଟେନିସ୍ ଭଳି ବିଭିନ୍ନ ପ୍ରକାରର ଇନଡୋର ଖେଳ ଆୟୋଜିତ ହେବ |
ଚଳିତ ବର୍ଷ ଇନଡୋର ଗେମ୍ସ -୨୦୨୨ ରେ ମୋଟ ୧୧୦ ଜଣ ପାର୍ଥୀ ଅଂଶଗ୍ରହଣ କରୁଛନ୍ତି, ସେଥିମଧ୍ୟରୁ ୪୮ଜଣ ବିଭିନ୍ନ ରେଳ ଷ୍ଟେସନରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀ ଏବଂ ୬୨ ଜଣ ରେଳ କର୍ମଚାରୀଙ୍କ ପିଲାମାନେ | ଇନଡୋର ଗେମ୍ସ-୨୦୨୨ କୁ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଏବଂ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା ଇଷ୍ଟକୋଷ୍ଟ ରେଲୱେ ମହିଳା କଲ୍ୟାଣ ସଂଗଠନ (ଇକ୍ରୋ)ର ସଭାନେତ୍ରୀ ମଣ୍ଡଳ ଶାଖା ଅଧିକାରୀ ଏବଂ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।
ଇନଡୋର ଗେମ୍ସ -୨୦୨୨ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ଅର୍ଥ ପ୍ରବନ୍ଧକ ଶ୍ରୀ ଏଚ୍ ବି ବିଶ୍ଵାଳଙ୍କ ନେତୃତ୍ୱ ତଥା ନିର୍ଦ୍ଦେଶନାରେ ପରିଚାଳିତ କରାଯାଉଛି | କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧାରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ଏହି ଟୁର୍ନାମେଣ୍ଟର ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରୁଛନ୍ତି |














