
ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପ୍ରଶାସନ ତରଫରୁ ନୂଆଗାଁ ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।
ବିଡ଼ିଓ ପ୍ରମୋଦ କୁମାର ନାୟକ ଏବଂ ଜିଲ୍ଲା ଉପ ବିଭାଗୀୟ ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ର ବିଭିନ୍ନ ବିଭାଗର ଶିବିର ଗୁଡ଼ିକ ପରିଦର୍ଶନ କରିଥିଲେ। ଅସ୍ତିଶୈଲ୍ୟ ବିଭାଗରେ ୧୯୧ ଜଣ, ଶ୍ରବଣ ବାଧିତ ବିଭାଗରେ ୬୩ ଜଣ,ଦୃଷ୍ଟି ବାଧିତ ବିଭାଗରେ ୩୯ ଜଣ,ମାନସିକ ଅନଗ୍ରସର ଓ ଅନ୍ୟାନ୍ୟ ବିଭାଗରେ ୬୦ ଜଣ ,ଏହିପରି ଭାବେ ୩୫୩ ଜଣ ପଞ୍ଜୀକୃତ କରିଥିଲେ।
ଅସ୍ତିଶୈଲ୍ୟ ବିଭାଗର ଡାକ୍ତର ବି ଏସ ରାଓ , ବୈଦ୍ୟନାଥ ନନ୍ଦ, ଦୃଷ୍ଟି ବାଧିତ ବିଭାଗର ଡାକ୍ତର ପ୍ରସନ୍ନ ପ୍ରସାଦ ସାହୁ ,ଶ୍ରବଣ ବାଧିତ ବିଭାଗର ଡାକ୍ତର ପୀତବାସ ନାୟକ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ କୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁ ପରିଚାଳନା କରିଥିଲେ।















