No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ବାଲେଶ୍ୱର :- ଶିକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବିକଶିତ ଜିଲ୍ଲା ଭାବେ ପରିଚୟ ପାଇଥିବା ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ କ୍ରୀଡ଼ା ଭିତ୍ତିଭୂମି ବିକାଶ ନେଇ ସରକାରୀ ତତ୍ପରତା ବୃଦ୍ଧି ପାଇଛି I ଗତ କିଛିଦିନ ତଳେ ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମ ପଂଚାୟତର ଠାକୁରପଦା ଏବଂ ରୂପାବାଲି ଖେଳ ପଡ଼ିଆର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଆଜି ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଏହାର ରୂପରେଖ ଚୂଡାନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି I ଏହି କ୍ରମରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଖେଳ ପଡ଼ିଆର ଉନ୍ନତି କରଣ ସହ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ପାଇଁ କ୍ଷେତ୍ର ପ୍ରଦର୍ଶନ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି I
ଏଥିସହିତ ଆଜି ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ଶାନ୍ତା ଦାସଙ୍କ ସମେତ ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧି, ବରୁଣସିଂ ଉଚ୍ଚ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ଗଣ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଗଣ ଉପସ୍ଥିତ ରହି ଏଠାରେ ଖୋ-ଖୋ ଏବଂ ଭଲିବଲ ଖେଳ ଭିତ୍ତିଭୂମି ନିର୍ମାଣ ସହ ଉନ୍ନତ ତାଲିମ ଜରିଆରେ ଏଠାରୁ ଭଲ ଜାତୀୟ ଏବଂ ଅନ୍ତଜାତୀୟ ସ୍ତରର ଖେଳାଳି ସୃଷ୍ଟି ପାଇଁ ବ୍ୟବସ୍ଥା ଗ୍ରହଣ ପାଇଁ ମତ ରଖିଥିଲେ I ଏଥିସହିତ ତ୍ୱରିତ ବେଗରେ କାର୍ଯ୍ୟ କରି ଶୀଘ୍ର ଭିତ୍ତିଭୂମି ନିର୍ମାଣକାର୍ଯ୍ୟ ଶେଷ ପାଇଁ କ୍ରୀଡ଼ା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି I
ନିକଟରେ କ୍ରୀଡ଼ାମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଖେଳ ପଡ଼ିଆ ଦୁଇଟିର ଉନ୍ନତି କରଣ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ବର୍ତ୍ତମାନ ଭିତ୍ତଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସମଗ୍ର ରେମୁଣା ବ୍ଲକ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି I ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ସହ ନୀଳଗିରି ରୋଡ କ୍ଳବର ସମ୍ପାଦକ କାହ୍ନୁ ଚରଣ ପାଣିଗ୍ରାହୀ, କୋଷାଧକ୍ଷ ଶଶୀକାନ୍ତ ପରିଡା, ଉପସଭାପତି ବିଶ୍ୱନାଥ ପ୍ରଧାନ, ସଦସ୍ୟ ଡମ୍ବରୁଧର ପ୍ରଧାନ, ଅର୍ଜୁନ ଦଳେଇ, ବୀରେନ୍ଦ୍ର ରାଉତ, ବିଶ୍ୱନାଥ ଘଣ୍ଟା, ଜାଗା ପ୍ରଧାନ, ନରେନ୍ଦ୍ର ଦାସ, ଯୋଗେଶ୍ୱର ମହାଲିକ, ଗଜେନ୍ଦ୍ର ମହାଲିକ, ସନତ ଜେନା, ଗୋପୀନାଥ ବାରିକ, ଜୟନ୍ତ ଦାସ ଏବଂ ସମାଜସେବୀ ମାର୍କଣ୍ଡ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ I
No Result
View All Result