<h4><img class="alignnone wp-image-87953" src="https://odishatazanews.com/wp-content/uploads/2022/10/karona-101-4-300x45.jpg" alt="" width="620" height="93" /><img class="alignnone wp-image-88555" src="https://odishatazanews.com/wp-content/uploads/2022/10/WhatsApp-Image-2022-10-25-at-7.49.42-PM-1-300x166.jpeg" alt="" width="654" height="362" /><strong><span style="color: #ff0000;"><em>ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ବାଲିଗୁଡା :-</em> </span>ସୋମବାର ଦିନ ବେଳା ପୁଲିସ୍ ଇନଫର୍ମର ଦର୍ଶାଇ ମାଓବାଦୀ ମାନେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ ରାତିରେ ପୁଣି ଏକ କ୍ୟାମ୍ପକୁ ନଷ୍ଟ କରିଛନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ଆମ୍ବାବାଡ଼ି ଗାଁରେ ଜଣଙ୍କୁ ନୃସଂଶ ଭାବେ ହତ୍ୟା କରିଛନ୍ତି ଲାଲ ବାହିନୀ l ମୃତକ କୁନାସଲୁ ନିକଟସ୍ଥ କ୍ଲମ୍ବାଜକି ଗ୍ରାମର ନୀଳକଣ୍ଠ ମଲ୍ଲିକ ବୋଲି ଜଣାପଡ଼ିଛି l ଏକାବେଳେ ଗୋଟିଏ ଦିନରେ ଦୁଇଟି ହିଂସାକାଣ୍ଡ ରଚିଛନ୍ତି ମାଓ ବାହିନୀ l </strong><img class="alignnone wp-image-88506" src="https://odishatazanews.com/wp-content/uploads/2022/10/kadhamala-2-300x172.jpeg" alt="" width="630" height="361" /><strong>ସୂଚନା ଅନୁଯାୟୀ କ୍ଲମ୍ବାଜକି ଗାଁ ଠାରୁ ୧୦ କିଲୋମିଟର ଦୂରରେ ଥିବା ସୁଡ୍ରା ପଞ୍ଚାୟତ କାତେଭଟା ଛକ ଠାରୁ ପିପାଲି ଗ୍ରାମ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାମ ଚାଲିଥିଲା । ଏଥିରେ ୧୫ରୁ ଊର୍ଦ୍ଧ୍ଵ ସଶସ୍ତ୍ର ମାଓବାଦୀ ମାନେ ଠିକାଦାର ଙ୍କ କ୍ୟାମ୍ପରେ ପଶି ୨ଟି ଜେସିପି, ୨ଟି ଟ୍ରାକ୍ଟର, ଦୁଇଟି, ମିକ୍କିଚର୍ ମେସିନ ଜାଳି ଦେଇଛନ୍ତି l ଯାହାକି ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି l ସେପଟେ ଏହିକାଣ୍ଡ କେକେବିଏନ ମାଓ ସଂଗଠନ କରିଛନ୍ତି ବୋଲି ପୋଷ୍ଟର ଓ ବ୍ୟାନର ଛାଡି ଯାଇଥିବା ସୂଚନା ମିଳିଛି l ଏ ନେଇ ପୋଲିସ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ l</strong></h4> <img class="alignnone wp-image-87100" src="https://odishatazanews.com/wp-content/uploads/2022/10/ODISHA-TAZANEWS-PRESS.pptx1_.pptx4-Copy-300x69.jpg" alt="" width="622" height="143" /><img class="alignnone wp-image-88491" src="https://odishatazanews.com/wp-content/uploads/2022/10/WhatsApp-Image-2022-10-24-at-10.35.24-AM.jpeg-copy-300x280.jpg" alt="" width="660" height="616" />