No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ+୩ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅବସରରେ ଏକ ସଫେଇ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏନଏସଏସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନଏସଏସ ବ୍ୟୁରୋଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ଶ୍ରୀମତୀ ରୀନା ସାହୁ ଏବଂ ଏନଏସଏସ ଅଧିକାରୀ ଡଃ ଶ୍ରୀମତୀ ଭାରତୀ ପାଣିଗ୍ରାହୀଙ୍କ ମିଳିତ ତତ୍ତ୍ଵାବଧାନରେ ଏନଏସଏସର ସ୍ୱେଚ୍ଛାସେବୀ ଓ ମହାବିଦ୍ୟାଳୟର ଅନ୍ୟ ଛାତ୍ରୀ ମାନଙ୍କ ଦ୍ଵାରା ମହାବିଦ୍ୟାଳୟର ଭିତର ଓ ବାହାର ପରିସରରେ ପଡ଼ି ରହିଥିବା ଅଳିଆ ଆବର୍ଜନା,
ଅନାବନା ଗଛଲତା ଓ ଫିଙ୍ଗା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ ଝାଡ଼ୁମାରି ଓ ଗୋଟାଇ ବାହାରେ ଥିବା ମ୍ୟୁନିସିପାଲିଟିର ଆବର୍ଜନା କୁଣ୍ଡରେ ପକାଇଥିଲେ ।ଏହି ଅବସରରେ ମହାବିଦ୍ୟାଳୟ ପରିସରର ସଫେଇ ସ୍ଥଳରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡଃ ଶ୍ରୀମତୀ ରୀନା ସାହୁ , ଯୁବ ସମାଜଙ୍କ ଉଦ୍ୟମ ଏବଂ ଅଧ୍ୟବସାୟ ଦ୍ୱାରାହିଁ ପରିବେଶ ନିର୍ମଳ ହେବା ଦ୍ବାରା ସମ୍ମାନ ତଥା ଦେଶର ହିତ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ଅଧିକାରୀ ଡଃ ଶ୍ରୀମତୀ ଭାରତୀପାଣିଗ୍ରାହୀପରିଚାଳନା କରିଥିଲେ


No Result
View All Result