No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକର ଛେଳିଗଡ଼ ଠାରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ହୋଇଯାଇଛି । ପଦଯାତ୍ରା ପରେ ଏକ ସାଧାରଣ ସଭା କରାଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରରେ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ଓ ବିକାଶର ଧାରା କୁ ତ୍ୱରାନ୍ୱିତ କରିବା ସକାଶେ ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ ରୂପାୟନକରିବାସକାଶେ ଲୋକଙ୍କୁ ସଚେତନତା କରାଯାଉଛି ।
ସଚେତନତା ଦ୍ଵାରା ସରକାରଙ୍କ ଯୋଜନା ରେ ପ୍ରକୃତ ହିତାଧିକାରୀ ସାମିଲ ହୋଇ ପାରିବେ ଓ ତୃଣମୂଳ ସ୍ତରରେ ବିକାଶର ଧାରା କୁ ତ୍ୱରାନ୍ୱିତ କରାଯାଉଛି । ଏହି ପଦଯାତ୍ରା ଦ୍ୱାରା ଜନ ସାଧାରଣ ସଚେତନତା ହୋଇ ପାରିବେ ଓ ଜିଲ୍ଲାର ବିକାଶର ଅଗ୍ରଗତି ହୋଇ ପାରିବ ବୋଲି ଆଶା କରାଯାଉଛି । ଏହି ଜନସମ୍ପର୍କ ପଦଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ,ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ସଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ଜାମାଦାର ପଟ୍ଟନାୟକ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ବ୍ଳକ ସଭାପତି ଭୀମ ପାଇକ, ଧ୍ଵନେଶ୍ୱର ଭୂୟାଁ, ମରିୟାନ ରଇତ,ସୁପ୍ରଭାମଣ୍ଡଳ,ପ୍ରଣୋଜପଟ୍ଟନାୟକ,ଯମୁନା ପ୍ରମୁଖ ବହୁ ବିଜେଡି ନେତାଓକର୍ମୀ ଉପସ୍ଥିତ ଥିଲେ ।


No Result
View All Result