
ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ୧୩ ଟି କ୍ଲଷ୍ଟର ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସି ଆର୍ ସି ସି ରାକେଶ କୁମାର ଘଡେ଼ଇ ଙ୍କ ତତ୍ତ୍ଵାବଧାନରେ ଦୁରୁଦୁରା କ୍ଲଷ୍ଟର ରେ, ସି ଆର୍ ସି ସି ପବନା ନାୟକ ଙ୍କ ତତ୍ତ୍ଵାବଧାନରେ ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋରଡ଼ା କ୍ଲଷ୍ଟର ରେ ,
ସି ଆର୍ ସି ସି ନିମେଇ ଚରଣ ସାହୁ ଙ୍କ ତତ୍ତ୍ଵାବଧାନରେ ସିମିଳି ସାହି କ୍ଲଷ୍ଟର ରେ ,ସି ଆର୍ ସି ସି ବିଜୟ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ନୀଳାଦ୍ରି ପୁର କ୍ଲଷ୍ଟର ରେ ,ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ସଂପଡା କ୍ଲଷ୍ଟର ରେ ଏବଂ ସି ଆର୍ ସି ସି କୈଳାସ ଚନ୍ଦ୍ର ନାୟକ ଙ୍କ ତତ୍ତ୍ଵାବଧାନରେ ନୂଆଗାଁ କ୍ଳଷ୍ଟରରେ ସୁରଭି କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ତର୍କ,କୁଇଜ୍,ଗୀତ,ନାଚ ବକ୍ତୃତା ,ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହିପରି ସମସ୍ତ କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
















