ରାଜ୍ୟରେ ଦରଦାମ ଓ ତୈଳ ଦର ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀଙ୍କୁ ଦାୟୀ ବୋଲି କଂଗ୍ରେସ ନେତା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଯୁବକ ମାନେ ବିଭିନ୍ନ ରାଜନୈତିକ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ।
ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ପଡିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଉଣ୍ଡୁକୋଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଆଜି ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏଥିସହ ସସ୍ତାହିକ ହାଟ ପରିସରରେ ଏକ ବିରାଟ ସମାବେଶ ହୋଇଯାଇଛି । ଏଥିରେ ମୃଖ୍ୟ ଅତିଥି ଭାବେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ଼ଃ ସ୍କୁତି ରଞ୍ଜନ ଲେଙ୍କା ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜାତୀୟ କଂଗ୍ରେସ କମିଟିର ସମ୍ପାଦକ ବିଶ୍ବ ରଞ୍ଜନ ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର,
ଡାଵୁଗାଁ ପୂର୍ବତନ ବିଧାୟକ ଭୂଜଵଭ ମାଝୀ, କାଳିମେଳା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଲା ମାଢି, କାଳିମେଳା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡ଼କାମି, ପଡ଼ିଆ ବ୍ଲକ କଂଗ୍ରେସ ସଭାପତି ଏନ୍ ରାଜୁ କୁମାର, ଯୁବ କଂଗ୍ରେସ ସଭାପତି ନାରା ନାଗାରାଜୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପୁଷ୍ପା ରାଣୀ ପଡିଆମି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମଙ୍ଗୁ ଖିଲ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀ ଓ କର୍ମୀ ଯୋଗ ଦେଇଥିଲେ ।
ରାଜ୍ୟରେ ଦରଦାମ ଓ ତୈଳ ଦର ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀଙ୍କୁ ଦାୟୀ ବୋଲି କଂଗ୍ରେସ ନେତା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଯୁବକ ମାନେ ବିଭିନ୍ନ ରାଜନୈତିକ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସେମାନଙ୍କୁ ଉପସ୍ଥିତ ଅତିଥି ମାନେ ଦଳ ପକ୍ଷରୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।














