ପର୍ସନପାଲ୍ଲୀ ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପର୍ସନପାଲ୍ଲୀ ଗ୍ରାମ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳ ୧୬ ଟି ଟିମ୍ କୁ ନେଇ ଉଦଘାଟିତ ହୋଇଯାଇଛି ।

ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପର୍ସନପାଲ୍ଲୀ ଗ୍ରାମ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳ ୧୬ ଟି ଟିମ୍ କୁ ନେଇ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା କ୍ରିକେଟ ସଂଘର ସଭାପତି ତଥା ବିଜେଡିର ବରିଷ୍ଠ ନେତା ଏମ୍ ଡି ଫାରୁକ୍ ଯୋଗ ଦେଇଥିବା ବେଳେ ପଡ଼ିଆ ଜିଲ୍ଲାପରିଷଦ ସଭ୍ୟ ।

ସୁରଭି ଭୈ।ମିକ , ମାଟେରୁ ସରପଞ୍ଚ ଲଛମନ ମାଡକାମି ଓ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରଥମ ଦିନରେ ଗୁମ୍ମା ଟିମ୍ ଓ ପର୍ସନପାଲ୍ଲୀ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପର୍ସନପାଲ୍ଲୀ ଭଳି ଦୁର୍ଗମ ଅଞ୍ଚଳରେ ଏହି ଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିଥିଲେ । ଏହି ଖେଳ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଭିଡ଼ ଦେଖିବାକୁ ମିଳୁଥିଲା ।