No Result
View All Result
୧୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଭାରତର ପ୍ରଧାନମନ୍ତ୍ରୀ ପୁରୀ ଆସିବେ ବୋଲି ରାଜ୍ଯବାସୀ ଉତ୍ସାହିତ ହୋଇପଡିଛନ୍ତି । ମୋଦିଙ୍କ ଗସ୍ତକୁ ନେଇ ରବିବାର ପୂର୍ବାହ୍ନରେ ହୋଟେଲ ଅନନ୍ଯା ଠାରେ ସାମ୍ବାଦିକ ମାନଙ୍କୁ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର କହିଛନ୍ତି ଯେ ନରେନ୍ଦ୍ର ମୋଦି ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ଗୁଜୁରାଟର ସୋମନାଥ ବାରଣାସୀର କାଶୀନାଥ ଓ ପୁରୀର ଜଗନ୍ନାଥ ଧାମକୁ ଉର୍ନ୍ନତି କରିବା ପାଇଁ ମୋଦି ଇଛା ପ୍ରକାଶ କରିଛନ୍ତି ।

ଜଗନ୍ନାଥଙ୍କ ଭକ୍ତ ହିସାବରେ ମୋଦି ଶ୍ରୀମନ୍ଦିର ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ରୋଡ ସୋ କରିବେ । ମରଚିକୋଟ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ବ୍ଯାରିକେଡ ହେବା ସହ ଓଡିଶୀନୃତ୍ଯ ଗୋଟିପୁଅ ନୃତ୍ୟ ,ପାଲା, ଦାସକାଠିଆ ଉ ପୁରୀର ସାହିଯାତ ସହ ପାରମ୍ପରିକ ନୃତ୍ୟ ପ୍ରଦର୍ଶିତ ହେବ । ଏଥିପାଇଁ ଦୁଇପାର୍ଶ୍ଵରେ ଥିବା ସ୍ବତନ୍ତ୍ର ବ୍ଯାରିକେଡ ମଧ୍ଯରେ ମଞ୍ଚ ନିର୍ମାଣ ହୋଇଛି । ଓଡିଶାର କଳା ସଂସ୍କୃତି ଓ ଶ୍ରୀକ୍ଷେତ୍ରର ସାହିଯାତ ପ୍ରଦର୍ଶିତ ହେବ । ଗେରୁଆମୟ ହେବ ବଡଦାଣ୍ଡ .

ଦୁଇଶହ ଯୁବକ ଓ ଦୁଇଶହ ଯୁବତୀ ଗେରୁଆ ଡ୍ରେସ ଓ ଶାଢି ପିନ୍ଧିବା ସହ ମୁଣ୍ଡରେ ଗେରୁଆ ଟୋପି ଓ ଦଳୀୟ ପତକା ହାତରେ ଧରିବେ । ଡ୍ରୋନ କ୍ଯାମେରା ଦ୍ବାରା ସମସ୍ତ ଦୃଶ୍ଯ ଉତ୍ତୋଳନ କରାଯିବ । ପ୍ରାୟ ଏକଲକ୍ଷ ଲୋକ ମୋଦିଙ୍କ ଏହି ରୋଡ ସୋ କୁ ସ୍ବଚକ୍ଷୁରେ ଦେଖିବେ । ବଡଦାଣ୍ଡରେ ଏବେ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି । ଏଥିପାଇଁ ସମସ୍ତ ବ୍ଯବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ଉପସଭାପତି ଶଙ୍କର୍ଷଣ ପରିଡା, ଜିଲ୍ଲା କାର୍ଯ୍ଯକାରୀ ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରାଇଙ୍କ ସହ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉପସ୍ଥିତ ଥିଲେ ।

No Result
View All Result