ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନ ଥିବାରୁ ଲୋକଙ୍କ ଘର ବାରଣ୍ଡାରେ ଓ ଗଛମୂଳରେ କେନ୍ଦ୍ରର କାର୍ଯ୍ୟକ୍ରମ ଚାଲିଥିବା ଜଣାପଡିଛି ।
ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ଶୁକ୍ରବାର ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନଥିବାରୁ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଛି । ଏହି ବ୍ଳକର ମୁସ୍କୁଟି ଗ୍ରାମ ପଞ୍ଚାୟତର ଥୁଆପଦର ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନିର୍ମାଣ ହୋଇ ନାହିଁ । ଏଠାରେ ଦୀର୍ଘ ୧ ବର୍ଷ ଧରି ଏକ କ୍ଲବ ପରିସରରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ସେହିପରି ସରିଆଁ ପଞ୍ଚାୟତ ଦେଣ୍ଡୋଗୁଡା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନ ଥିବାରୁ ଲୋକଙ୍କ ଘର ବାରଣ୍ଡାରେ ଓ ଗଛମୂଳରେ କେନ୍ଦ୍ରର କାର୍ଯ୍ୟକ୍ରମ ଚାଲିଥିବା ଜଣାପଡିଛି ।
ଏପରି କି ଖୋଳା ଆକାଶ ତଳେ ତିତକେଲା ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ରୋଷେଇ ହେଉଛି । ଦେଣ୍ଡୋଗୁଡା ଅଙ୍ଗନବାଡ଼ି କେନ୍ଦ୍ର ଦୀର୍ଘ ଦିନରୁ ନିର୍ମାଣ ଚାଲିଛି ତେବେ ଏହା କେବେ ସଂପୂର୍ଣ୍ଣ ହେବ କାହାରି ପାଖରେ ଖବର ନାହିଁ । ନର୍ଲା ସିଡିପିଓଙ୍କ ଜ୍ଞାତସାରରେ ଏ ସବୁ ଥିବା ବେଳେ ନିକଟ ଅତୀତରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ନର୍ଲା ପରିଦର୍ଶନରେ ଆସି ରାଜରାସ୍ତାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଓ ମିଶନ ଶକ୍ତି ଗୃହ ପରିଦର୍ଶନ କରିଥିଲେ । ତେବେ ଗ୍ରାମାଂଚଳର ସ୍ଥିତକୁ ଅନୁଧ୍ୟାନ ନ କରିବା ଅତ୍ୟନ୍ତ ଦୁଃଖ ଦାୟକ କଥା ବୋଲି ସାଧାରଣରେ ଅଭିଯୋଗ ହେଉଛି ।















