ଅନେକ କାର୍ଯ୍ୟ କରି ଆଶୁତୋଷ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି
ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ବିଜୁ ଯୁବଜନତା ଦଳ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ର ନୂତନ କାର୍ଯକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅନୁମୋଦନ କ୍ରମେ ଦଳ ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଏହି ତାଲିକା ରେ ଭୁବନେଶ୍ୱରର ଯୁବ ନେତା ଆଶୁତୋଷ ନାୟକ ଙ୍କୁ ବିଜୁ ଯୁବ ଜନତା ଦଳ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ଦାୟିତ୍ଵ ପ୍ରଦାନ କରାଯାଇଅଛି ।
ସୂଚନାଯୋଗ୍ୟ ଛାତ୍ର ନେତା ଭାବେ ଦଳରେ ଦୀର୍ଘ ଦିନ ରହି ଦଳ ପାଇଁ ଅନେକ କାର୍ଯ୍ୟ କରି ଆଶୁତୋଷ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପୂର୍ବରୁ ଆଶୁତୋଷ ବିପିୟୁଟି ଛାତ୍ର ସଂଘ ର ରାଜ୍ୟ ସଭାପତି ପଦ ରେ କାର୍ଯ୍ୟ କରି ନିଜର ସାଂଗଠନିକ ପାରଦର୍ଶିତା ଦେଖାଇଥିଲେ। ଏହି ଅବସରରେ ଆଶୁତୋଷ ଖୁସିବ୍ୟକ୍ତ କରିବା ସହ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳର ଭୁବନେଶ୍ବର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା,ବିଜୁ ଯୁବ ଜନତା ଦଳ ଭୁବନେଶ୍ବର ସଭାପତି ସମରେଶ ବେଉରା,ବିଜୁ ଯୁବ ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି ସୁନିଲ ପଣ୍ଡା ଓ ୱାର୍ଡ ନମ୍ୱର୍ ୨୪ ର କର୍ପୋରେଟର ଦୀପକ କୁମାର ମିଶ୍ର ଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି।
















