ବେଦାନ୍ତ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଭ୍ରାମ୍ୟମାଣ ହେଲଥ ୟୁନିଟର ଶୁଭାରମ୍ଭ : ଝରପଲମ ଗ୍ରାମର ଅଧିବାସୀଙ୍କ ପାଇଁ – ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ଝାରସୁଗୁଡ଼ା :- ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ସୁନ୍ଦରଗଡ଼ ଜିଲ୍ଲାର ଦୂରବର୍ତି ଅଂଚଳଗୁଡ଼ିକରେ ଲୋକମାନଙ୍କ ବ୍ୱାରଦେଶରେ ସ୍ୱାସ୍ଥସେବା ଉପଲବ୍ଧ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଶୁଭାରମ୍ଭ କରିଛି । କମ୍ପାନି ଝରପଲମ ଗ୍ରାମରେ ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲା ଯେଉଁଠାକୁ ଅନ୍ୟାନ୍ୟ ଅଂଚଳର ଲୋକମାନେ ସ୍ୱସ୍ଥ୍ୟସେବା ପାଇବାକୁ ଆସିଥିଲେ । ଡାକ୍ତରୀ ପେଶାଦାରଙ୍କ ଦ୍ୱାରା ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । କଂପାନିର କର୍ମଚାରୀମାନେ ସ୍ୱେଛାକୃତଭାବେ ଯୋଗ ଦେଇ ଏହି ସ୍ୱାସ୍ଥ୍ୟ ଶିବିରକୁ ସଫଳ କରାଇଥିଲେ । ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ସୁନ୍ଦରଗଡ଼ ଜିଲ୍ଲାର ଏକାଧିକ ଗାଁରେ ପହଁଚି ଲୋକଙ୍କୁ ଗୁଣମାନର ସ୍ୱାସ୍ଥ୍ରସେବା ପ୍ରଦାନ କରିଥିଲା, ଯେଉଁଥିରେ ପ୍ରାଥମିକ ଚିକିତ୍ସା ପରାମର୍ଶ, ରକ୍ତ ପରୀକ୍ଷା, ରକ୍ତଚାପ ଅନୁଧ୍ୟାନ, ସାଧାରଣ ରୋଗ ପାଇଁ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିଥିଲା । ଏମଏଚୟୁରେ ଡାକ୍ତରୀ ଦଳଙ୍କ ସମେତ ନର୍ସ, ଫାର୍ମାସିଷ୍ଟ ଓ ସଂଯୋଜକ ମାନେ ଥିଲେ । ମୋଟାମୋଟି ଭାବରେ ଏହି ପଦକ୍ଷେପ ଦ୍ୱାରା ୪୫୦୦ରୁ ଅଧିକ ଲୋକଙ୍କୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପରାମର୍ଶ ଓ ଔଷଧ ପ୍ରଦାନ କରାଯାଇ ପାରିବ ବୋଲି ଆଶା ରହିଛି । ଏହି ପଦକ୍ଷେପ ସଂପର୍କରେ ଶ୍ରୀ ଭି. ଶ୍ରୀକାନ୍ତ, ସିଇଓ-ମାଇନ୍ସ (ବେଦାନ୍ତ ଆଲୁମିନିୟମ) କହିଥିଲେଯେ- ଉତମ ସ୍ୱାସ୍ଥ୍ୟ ଓ ସୁସ୍ଥତାର ସ୍ଥାୟୀ ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିବଦ୍ଧ । ଆମର ସାମୁହିକ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ କରିବା ଲାଗି ଆମ ପ୍ରୟାସରେ ଏହା ପ୍ରତିଫଳିତ ହୋଇଛି । ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଓ ସ୍ୱାସ୍ଥ୍ୟ ଶିବିର ପରି ଫୋକସ ହସ୍ତକ୍ଷେପ ମାଧ୍ୟମରେ ଆମେ ଗ୍ରାମୀଣ ଗୋଷ୍ଠୀର ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସେମାନଙ୍କ ଦ୍ୱାରଦେଶରେ ପହଁଚାଇବାରେ ସାହାଯ୍ୟ କରୁଛୁ । ଏହି ଶିବିରରେ ଯୋଗଦେଇଥିବା ଜଣେ ସ୍ଥାନୀୟ ବାସିନ୍ଦା ଶ୍ରୀ ପ୍ରଶନ୍ନ ଗିଦାଲି କହିଛନ୍ତିଯେ- ଏହିପରି ସ୍ୱାସ୍ଥ୍ୟ ଶିବିର ଆମ ଘର ନିକଟରେ ହେଉଥିବାରୁ ଆମେ ସୁବିଧାରେ ସ୍ୱାସ୍ଥ୍ର‌୍ୟସେବା ପାଇପାରୁଛୁ । ଡାକ୍ତରମାନେ ଆମକୁ ବହୁ ମୂଲ୍ୟବାନ ପରାମର୍ଶ ଦେଉଛନ୍ତି । ଏହିପରି ପଦକ୍ଷେପ ଦ୍ୱାରା ଆମ ଝରଦ୍ଭଗ୍ଦସଗ୍ଧସଙ୍ଖସଗ୍ଧଚ୍ଚ: ଓଦ୍ଭଗ୍ଧରକ୍ସଦ୍ଭବକ୍ଷ (ଉ୩) ଗ୍ରାମାଂଚଳର ଲୋକମାନେ ବହୁ ଉପକୃତ ହୋଇ ପାରିବେ । ଏଥିପାଇଁ ବେଦାନ୍ତ କମ୍ପାନିକୁ ମୁଁ ବହୁ ଧନ୍ୟବାଦ ଜଣାଉଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା ।

ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଆଲୁମିନିୟମ ଉଦ୍ୟୋଗ କ୍ଷେତ୍ରରେ ବିଶ୍ୱଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ରିଫାଇନାରୀ, ପାୱାରପ୍ଲାଂଟକୁ ନେଇ କଂପାନି ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।