ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର କୃଷକଙ୍କ ଜୀବନକୁ ପରିବର୍ତନ କରୁଛି : ଜୀବିକା ସମୃଦ୍ଧି ପ୍ରକଳ୍ପ ଜରିଆରେ କୃଷକଙ୍କ ଆୟ ପ୍ରାୟ ୫୦% ବୃଦ୍ଧି

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ଝାରସୁଗୁଡ଼ା :- ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ଜୀବିକା ସମୃଦ୍ଧି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର କୃଷକଙ୍କ ଜୀବନରେ ପରିବର୍ତନ ଆଣିଛି । ଏହି ପଦକ୍ଷେପ କୃଷି କ୍ଷେତ୍ରରେ ସ୍ଥାୟୀ ଜୀବିକା ପ୍ରକଳ୍ପ ରହିଛି ଯାହାର ଲକ୍ଷ୍ୟ କ୍ଷୁଦ୍ର ଓ ମାର୍ଜିନାଲ ଚାଷୀମାନଙ୍କ ଜୀବନରେ ଉନ୍ନତି । ଏହା ଦ୍ୱାରା ସେମାନେ ଜମିରୁ ଅଧିକ ଅମଳ କରିପାରିବେ ଓ କୃଷି ନିବେଶରୁ ଉପଯୁକ୍ତ ଫେରସ୍ତ ପାଇପାରିବେ । ବର୍ତମାନ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଝାରସୁଗୁଡ଼ାର ପାଂଚଗୋଟି ଗ୍ରାମ ଯଥା ସିରିଆପାଲି,କେଲଦାମାଳ, ଗୁଡ଼ିଗାଁ,କଟିକେଲା ଓ କୁରେବଗାର ୩୦୦ରୁ ଅଧିକ କୃଷକଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିଛି ।ବେଦାନ୍ତର ଜୀବିକା ସମୃଦ୍ଧି ପ୍ରକଳ୍ପ ଏହି ଅଂଚଳରେ କୃଷି କ୍ଷେତ୍ରରେ ଯଥେଷ୍ଟ ପ୍ରଭାବ ପକାଇଛି ଯାହାମଧ୍ୟରେ :-

1. କୃଷକଙ୍କ ମାସିକ ଆୟ ୭୭% ବୃଦ୍ଧି ପ୍ରାୟତଃ ୫୦% ।

2. ଅଧିକାଂଶ କୃଷକ ଏହି ପ୍ରକଳ୍ପ ସହ ଜଡ଼ିତ, ଯେଉଁମାନେ ଉନ୍ନତ ଜଳସେଚନ ଯୋଗୁ ବର୍ଷ ତମାମ ଚାଷ କରିପାରୁଛନ୍ତି ।

3. କୃଷକମାନେ ଏବେ ଆଉ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରୁ ନାହାନ୍ତି ।

4. ଅର୍ଥକାରୀ ଫସଲ ବୃଦ୍ଧି ହୋଇଛି ଯଦ୍ୱାରା ଅଧିକ ରାଜସ୍ୱ ବୃଦ୍ଧି ହୋଇ ପାରିଛି ।

5. ବିଭିନ୍ନ ପ୍ରକାର ଫସଲ ଉତ୍ପାଦିତ ହେବା ସହ କୃଷକମାନଙ୍କୁ ନୂଆ ପନିପରିବା ଚାଷ ପାଇଁ ଉପଯୁକ୍ତ ସମ୍ବଳ ଯୋଗାଇ ଦିଆଯାଉଛି ।

6. ଗତ ଆର୍ଥିକ ବର୍ଷରେ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକଙ୍କ ଦ୍ୱାରା ୨୦ରୁ ଅଧିକ ପ୍ରଶିକ୍ଷଣ (୪୪୦୦ ପ୍ରଶିକ୍ଷଣ ଘଂଟା) ପରିଚାଳିତ ହୋଇଛି, ସରକାରଙ୍କ ଉଦ୍ୟାନବିତ ଅଧିକାରୀ ଇତ୍ୟାଦି ଫସଲ ଯୋଜନା ଓ ପରିଚଳନା, ଅମଳ ପରବର୍ତି ଯୋଜନା,ପ୍ୟାକେଜ ଅଫ ପ୍ରପଟି ଇତ୍ୟାଦି ଉପରେ ଦିଗଦର୍ଶନ ପ୍ରଦାନ କରୁଛନ୍ତି । ସ୍ଥାନୀୟ ଗୋଷ୍ଠୀଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହ ଉଦ୍ଦେଶ୍ୟରେ କଂପାନିର ଉଦ୍ୟମ ବିଷୟରେ ବେଦାନ୍ତ ଆଲୁମିନିୟମ ଲିମିଟେଡର ସିଇଓ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତିଯେ- ସ୍ଥାୟୀ ଜୀବିକା ସୃଷ୍ଟି କରିବା ଆମ ଗୋଷ୍ଠୀ ବିକାଶ ପ୍ରୟାସର ଏକ ପ୍ରମୁଖ ଦିଗ । ସେହି ଉଦ୍ଦେଶ୍ୟରେ ଆମେ ଝାରସୁଗୁଡ଼ାରେ ଦକ୍ଷତା ବିକାଶ, ମହିଳାଙ୍କ ସଶକ୍ତିକରଣ, କୃଷି, ଉଦ୍ୟୋଗ ଇତ୍ୟାଦି ଉପରେ ଅନେକ କାର୍ଯ୍ୟକ୍ରମ ପରିଚାଳନା କରିଥାଉ । ଏହି ଅଂଚଳରେ କୃଷିକୁ ମୂଳ ଉତ୍ସ କରୁଥିବା ଚାଷୀଙ୍କ ପାଇଁ ଖାଦ୍ୟ ନିରାପତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆମେ କୃଷକଙ୍କ ଉନ୍ନତି ପାଇଁ ଉନ୍ନତ ଚାଷ ପ୍ରଣାଳୀ, ନୂଆ କୌଶଳ ଉପରେ ଗୁରୁତ୍ୱ ଦେଉଛୁ । ଜମି ଓ ଜଳ ପରିଚାଳନା କୌଶଳ ଇତ୍ୟାଦି ଆମ ଜୀବିକା ସମୃଦ୍ଧି ପ୍ରକଳ୍ପ ଅନ୍ତର୍ଗତ ।

ଏହା ଦ୍ୱାରା ଝାରସୁଗୁଡ଼ାର କୃଷକମାନଙ୍କ ପାଇଁ ଉନ୍ନତ ଅମଳ ଓ ଘରୋଇ ଆୟ ବୃଦ୍ଧି ହୋଇ ପାରିବ । ବେଦାନ୍ତର ସାମାଜିକ ପଦକ୍ଷେପ ଅନ୍ତର୍ଗତ ଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଜଳ ଓ ପରିମଳ ତଥା ଗୋଷ୍ଠୀର ଭିତିଭୂମି ବିକାଶ ଲାଗି ବେଦାନ୍ତର ସାମାଜିକ ପ୍ରୟାସ ଦ୍ୱାରା ଝାରସୁଗୁଡ଼ା ନିକଟବର୍ତି ୭୯ରୁ ଅଧିକ ଗ୍ରାମାଂଚଳରେ ପହଁଚି ଏକ ବର୍ଷରେ ପ୍ରାୟ ୧.୭ ଲକ୍ଷ ଲୋକଙ୍କୁ ଉପକୃତ କରାଇ ପାରିଛି । ଏହାର ୩୩୯ରୁ ଅଧିକ ଏସଏଚଜିରେ ୪୦୦୦ରୁ ଅଧିକ ମହିଳାଙ୍କ ଜୀବନରେ ସମୃଦ୍ଧି ଆସିପାରିଛି । ବାର୍ଷିକ ପ୍ରାୟ ୩୨୦୦୦ ଲୋକଙ୍କ ଦ୍ୱାର ଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି, ୬୪୦୦ରୁ ଅଧିକ ଛାତ୍ରଙ୍କୁ ଶିକ୍ଷା ସହାୟତା ଓ ଗୋଷ୍ଠୀ ସହାୟତାରେ ୧.୪୮ରୁ ଅଧିକ ବୃକ୍ଷ ରୋପଣ କରାଯାଇ ପାରିଛି ।ବେଦାନ୍ତ ଆଲୁମିନିୟମ ଉତ୍ପାଦନ କରିବାରେ ଭାରତର ବୃହତମ ଉତ୍ପାଦକ ଓ ଆର୍ଥିକ ବର୍ଷ ୨୨ରେ ୨.୨୬ ମିଲିୟନ ଟନ ଆଲୁମିନିୟମ ଉତ୍ପାଦନ କରିଛି । ଏହା ବିଶ୍ୱଶ୍ରେଣୀର ୧.୭୫ ଏମଟିପିଏ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ଓ ଝାରସୁଗୁଡ଼ାରେ ୩୬୧୫ ମେୱାର ତାପଜ ବିଜୁଳି ଉତ୍ପାଦନ କରୁଛି । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।