ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଳକ ବୈପାରିଗୁଡା ଠାରେ ଆଜି ସଂନ୍ଧ୍ୟାରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଶୋଭାଯାତ୍ରା ବହୁ ଆଡମ୍ବରର ଶେଷ ହୋଇଯାଇଛି । ବୈପାରିଗୁଡା ସହର ସହିତ ଦୋରାଗୁଡା ଓ ଟାଙ୍ଗିନିଗୁଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ୧୧ ଦିନ ଧରି ଚାଲିଥିବା ବେଳେ ଆଜି ଭସାଣି ଉତ୍ସବ ଶାନ୍ତି ଶୃଙ୍ଗଳାର ସହିତ ସମ୍ପନ୍ନ ହୋଇଛି । ବୈପାରିଗୁଡା ଗ୍ରାମର କିଛି ଯୁବଗୋଷ୍ଠୀ ମାଁ ଗଜଲକ୍ଷ୍ମୀ ପୂଜା କମିଟି କରି ଆଜିକୁ ୧୮ ବର୍ଷ ହେବ ବୈପାରିଗୁଡା ଗ୍ରାମରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି ।ବୈପାରିଗୁଡା ବ୍ଲକରେ କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି ପୂଜା ଉତ୍ସବରେ କଟକଣା ଥିବା ବେଳେ ଚଳିତ ବର୍ଷ କଟକଣା ଉଠିବା ପରେ ମାଁ ଗଜଲକ୍ଷ୍ମୀ ମହାସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ୧୧ ଦିନ ଧରି ଅନୁଷ୍ଟିତ ଏହି ପୂଜା ଉତ୍ସବରେ ପଣ୍ଡିତ ଟୁଲୁ ରଥ ଯଥାବିଧି ପୂଜାର୍ଚ୍ଚନା କରିଥିବା ବେଳେ ସାବତ ବାବୁ କର୍ତିା ରୁପେ କାର୍ଯ୍ୟ ସଂମ୍ପାଦନ କରିଥିଲେ ।
ବୈପାରିଗୁଡା ପୂଜା କମିଟି ସଦସ୍ୟଙ୍କ ତରଫରୁ ପ୍ରତିବର୍ଷ ମା ଙ୍କ ସୁନା ଲଡୁ ନିଲାମ କରାଯାଉଥିବା ବେଳେ ଏହି ନିଲାମ ପକ୍ରିୟାରେ ବୈପାରିଗୁଡା ସହ ଆଖପାଖ ଅଂଚଳର ଲୋକେ ମାନେ ସାମିଲ ହୋଇଥାନ୍ତି । ପ୍ରତିଦିନ ବୈପାରିଗୁଡା ପୂଜା ମଣ୍ଡପରେ ସୁସଜ୍ଜିତ ମାତା ଲକ୍ଷ୍ମୀଙ୍କର ମୃଣ୍ମୟୀ ମୂର୍ତିିକୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା , ମହାପୂଜା, ହୋମଯଜ୍ଞ, ନାମସଂକୀର୍ତିନ କରାଯିବା ସହ ପ୍ରତି ସଂନ୍ଧ୍ୟାରେ ସାମୁହିକ ପ୍ରସାଦ ସେବନ,ପାଲା,ଦାସକାଠିଆ ସହ ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗ୍ରାମର ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ସମସ୍ତ ଲୋକ ମାନେ ମଧ୍ୟ ନାଚ ଗୀତ କରି ମାଁ ଙ୍କୁ ବିଦାୟ ଦେଇଛନ୍ତି । ଏହି ଭସାଣି ଉତ୍ସବରେ ମାଁ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ କେରଳୀ ନୃତ୍ୟ, ବଲାଙ୍ଗୀର ଦୁଲଦୁଲ ବାଦ୍ୟ, ବୋରିଗୁମ୍ମା ର ନୂଆଗ୍ରାମର ହରିନାମ ସଂକୀର୍ତପ ଦଳର ତାଳେ ତାଳେ ମାଁ ଗଜଲକ୍ଷ୍ମୀଙ୍କୁ ବିଦାୟ ଦିଆଯାଇଥିଲା । ମାଁ ଙ୍କ ସୁନା ଲଡୁ ୨୮ ହଜାର ଟଙ୍କାରେ ନିଲାମ କରାଯାଇଥିବାର ଜଣାପଡିଛି । ମାଁ ଗଜଲକ୍ଷ୍ମୀଙ୍କ ମୂର୍ତିକୁ ବୈପାରିଗୁଡା ସହର ପରିକ୍ରମା ପରେ ସ୍ଥାନୀୟ ପୋଖରୀରେ ବିସର୍ଜନ କରାଯାଇଥିଲା ।















