
ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ , ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ଗଡ଼ ଭାବେ ପରିଚୟ ଲାଭ କରିଥିବା ଏବଂ ଓଡ଼ିଶାର ବିକାଶ ପାଇଁ ବିଜେଡିକୁ ଶକ୍ତିଶାଳୀ କରିବା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ଜନ କଲ୍ୟାଣ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ୟ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା, ମହିଳାଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ଯୋଜନା ପ୍ରଣୟନ କରିଥିବା, ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିଥିବା ଅତିଥି ମାନେ କହିଥିଲେ । ସାରା ଦେଶରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ନବୀନଙ୍କ ପାଇଁ ଓଡ଼ିଶା ବହୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରି ମଧ୍ୟ ବିକାଶ ଦିଗରେ ଅଗ୍ରସର ହୋଇଥିବା ବକ୍ତବ୍ୟରେ କହିଛନ୍ତି ।
ଜନସଂପର୍କ ପଦଯାତ୍ରା ମାଧ୍ୟମରେ ବିଜେଡି ଲୋକଙ୍କ ନିକଟତ୍ତର ହୋଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁଙ୍କ ସମେତ ଅନେକ ମହିଳା, ଯୁବ ଓ ଛାତ୍ର ସାମିଲ ହୋଇଥିଲେ । ଏହି ପଦଯାତ୍ରା ଏକ ବିଶାଳ ରୂପ ନେଇଥିଲା ଯାହା କି କେବେ ଆଗରୁ ଦେଖିବାକୁ ମିଳିନଥିଲା, ଆଗାମୀ ଦିନରେ ପୁନର୍ବାର ଏକ ବିଶାଳ ସମାବେଶ ହେବାର ଆଭାସ ମିଳିଛି !
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧକ୍ଷ କିଶୋର ସାହୁ,ସମାଜସେବୀ ଶ୍ରୀକାନ୍ତ ଖଟେଇ, ମୁନିସିପାଲିଟି ଅଧକ୍ଷ୍ୟା ନିରୁପମା ଖଟେଇଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ଯୁବ, ଛାତ୍ର, ମହିଳା ସଙ୍ଗଠନ,ବହୁ ଛାମୁଆ ନେତା, କର୍ମୀ ଏହି କାର୍ଯ୍ୟକ୍ରମକୁ ସକ୍ରିୟତାର ସହ ଆଗେଇ ନେଇଥିଲେ



© 2023 Odisha Taza News.