No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ମଙ୍ଗଳବାର) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପାରୁ ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ମୃତପିଲା ଜନ୍ମ ଦେବା ଓ ପରେ ତାଙ୍କର ମୃତ୍ୟୁ ହେବା ଘଟଣାକୁ ନେଇ ଜିଲାରେ ଅସନ୍ତୋଷ ଲାଗିରହିଛି। ପ୍ରକୃତ ଦୋଷୀଙ୍କୁ ପୋଲିସ ତଦନ୍ତ ପରିସର ଭୁକ୍ତ କରୁନାହିଁ। ଦୋଷୀଙ୍କୁ ଘଣ୍ଟ ଘୋଡାଯାଉଛି ବୋଲି ଅଭିଯୋଗ ହୋଇଛି। ତେବେ ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ କନ୍ଧମାଳ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତା ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଫୁଲବାଣୀ ମାଦିକୁନ୍ଦା ଛକ ରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।
ସେଠାରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଜିଲାରେ ବାରମ୍ବାର ଆଦିବାସୀ ନାବାଳିକାଙ୍କୁ ନେଇ ଏଭଳି ଘଟଣା ଲୋକାଲୋଚନକୁ ଆସୁଛି। କିନ୍ତୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ରହି ଆଦିବାସୀଙ୍କ ଜୀବନ ସହ ଖେଳୁଛି ବୋଲି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର ଏବଂ ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ ପ୍ରମୁଖ କହିଛନ୍ତି। ରାଜ୍ୟ ସଂଯୋଜକ ନାରାୟଣ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇ କେବଳ ଭୋଟ ରାଜନୀତି ପାଇଁ ଆଦିବାସୀଙ୍କୁ ରାଜ୍ୟ ସରକାର ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି।


No Result
View All Result