• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ତରଫରୁ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ – ୨୦୨୨ ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
October 19, 2022
in ଓଡ଼ିଶା, ଦେଶ, ବିଶ୍ଵ, ମହାନଗର, ହୋମ୍
0
ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ତରଫରୁ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ – ୨୦୨୨ ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ମଙ୍ଗଳବାର) କାନବେରା :- ଅଷ୍ଟ୍ରେଲିଆର ଓଡ଼ିଆ ଅଧିବାସୀମାନେ ନିକଟରେ ମହା ଆନନ୍ଦ, ପ୍ରବଳ ଉତ୍ସାହ ଓ ଅସୀମ ଉଦ୍ଦୀପନା ମଧ୍ୟରେ ରାଜଧାନୀ କାନବେରାଠାରେ “ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨” ପାଳନ କରିଥିବା ଜଣାଯାଇଛି। କ୍ରୀଡ଼ାରେ ପାରଦର୍ଶିତା ଏବଂ ଓଡ଼ିଆ ସଂସ୍କୃତିର ମହାନତାକୁ ଚମତ୍କାର ଢଙ୍ଗରେ ପ୍ରଦର୍ଶନ କରାଯାଇଥିବା, ଏହି ମହୋତ୍ସବକୁ ଦେଖିବା ଏବଂ ଏଥିରେ ଭାଗ ନେବା ପାଇଁ ଅଷ୍ଟ୍ରେଲିଆର ସମସ୍ତ ପ୍ରଦେଶରୁ ଶତାଧିକ ପ୍ରବାସୀ ଓଡ଼ିଆ ଆସିଥିବା ଦେଖାଯାଇଥିଲା ।

କୋଭିଡର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ) ଦ୍ବାରା ଆୟୋଜିତ ଖେଳ ଓ ସଂସ୍କୃତିର ଏହି ଅନନ୍ୟ ଓ ଅପୂର୍ବ ମିଳନ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଅହେତୁକ ଆଗ୍ରହ ଓ ଅସମ୍ଭବ ଉତ୍କଣ୍ଠା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା। ଓରିଓଜ ର ସଭାପତି ଡଃ ନଳିନୀ ପତି ଓ କ୍ୱିନସଲ୍ୟାଣ୍ଡର ସମ୍ବିତ ଦାସଙ୍କ ଦ୍ବାରା ପରିକଳ୍ପିତ ଏହି ସମାରୋହ, ଖେଳ ଜରିଆରେ ଶାରୀରିକ ସୁସ୍ଥତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାନସିକ ସନ୍ତୁଷ୍ଟିକୁ ସରସ, ସତେଜ ଓ ସବଳ ରଖିବା ସକାଶେ ଉଦ୍ଦିଷ୍ଟ ଥିଲା।

ଦୁଇ ଦିନିଆ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ ଅଷ୍ଟ୍ରେଲିଆସ୍ଥିତ ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବା ସାଙ୍ଗକୁ ବ୍ୟାପକ ସଫଳତା ହାସଲ କରିଥିବାର ଖବର ମିଳିଛି।
ଉତ୍ସବର ପ୍ରାରମ୍ଭରେ ଅଷ୍ଟ୍ରେଲିଆ କ୍ୟାପିଟାଲ ଟେରିଟୋରୀ(ଏ.ସି.ଟି) ଏବଂ ନିୟୁ ସାଉଥ ୱେଲସ (ଏନ.ଏସ.ଡବ୍ଲୁ) ମଧ୍ୟରେ ଓରିଓଜର ଯୁବ ଖେଳାଳିମାନଙ୍କ ଦ୍ୱାରା ଗାଉରୀ ଓଭାଲ ଠାରେ ଏକ ମଜାଦାର ତଥା ପ୍ରତିଦ୍ବନ୍ଦୀ ଟି୧୨ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଶାଶ୍ଵତ ପତିଙ୍କ ଅଧିନାୟକତ୍ଵରେ ଏ.ସି.ଟି, ଆଭାନ୍ସ ଅସିତାଭ ନାୟକଙ୍କର ନେତୃତ୍ୱାଧୀନ ଏନ. ଏସ୍. ଡବ୍ଲୁ ଟିମକୁ ମାତ୍ର ଗୋଟିଏ ରନରେ ପରାଜିତ କରିବାର ଦୃଶ୍ୟ ବେଶ ରୋମାଞ୍ଚକର ଥିଲା। କ୍ରୀଡା ଉତ୍ସବର ଦ୍ଵିତୀୟ ଦିନର ମୁଖ୍ୟ ଆକର୍ଷଣ ଅଷ୍ଟ୍ରେଲିଆନ ଓପନ ୟୁନିଭର୍ସିଟି ସ୍ପୋର୍ଟସ ଆରେନାଠାରେ ଆୟୋଜିତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଥିଲା।

ଲିଗ ପର୍ଯ୍ୟାୟ ଠାରୁ ଆରମ୍ଭ କରି ଚୂଡାନ୍ତ ପ୍ରତିଯୋଗୀତା ପର୍ଯ୍ୟନ୍ତ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ ଅତ୍ୟନ୍ତ ପେଶାଦାରୀ ଓ ଖେଳୁଆଡ ମନୋଭାବ ସମ୍ପନ୍ନ ଥିଲା। ଫଳାଫଳ ଅନୁଯାୟୀ ମେନ୍ସ ଡବଲସରେ ସମ୍ବିତ ଦାସ ଓ ଧରମତେଜା ମାନସିଂହ ବିଜୟୀ ତଥା ଦେବାଶିଷ ଚୌଧୁରୀ ଓ ଅନେଶ ମହାପାତ୍ର ରନରସପ୍ ହୋଇଥିଲେ। ମିକ୍ସଡ ଡବଲସରେ ସମ୍ବିତ ଦାସ ଓ ଚିନ୍ମୟୀ ମହାନ୍ତିଙ୍କୁ ହରାଇ ଧରମତେଜା ମାନସିଂହ ଏବଂ ଆକାଂକ୍ଷା ମିଶ୍ର ବିଜୟୀ ଘୋଷିତ ହୋଇଥିଲେ।

ମହିଳା ଡବଲସରେ ଚିନ୍ମୟୀ ମହାନ୍ତି ଓ ରାଧିକା ସ୍ୱାଇଁ ବିଜୟୀ ହୋଇଥିବା ବେଳେ ପ୍ରଜ୍ଞା ଜଗଦେବ ଏବଂ ମଧୁ ପାତ୍ର ରନରସଅପ୍ ହୋଇଥିଲେ। ଜୁନିଅର ଡବଲସରେ ମୁସ୍କାନ ଲେଙ୍କା ଓ ଶୁଭଶ୍ରୀ ପାତ୍ର, ଦୀପ୍ତିପ୍ରଭା ସାହୁ ଏବଂ ଆଲିସା ନାୟକଙ୍କୁ ହରାଇଥିବା ଜଣାଯାଇଛି। ଓରିଓଜର ସଭାପତି ଡଃ ନଳିନୀ ପତି ଓ ପୂର୍ବତନ ସଭାପତି ରାଜଶେଖର ଆଚାର୍ଯ୍ୟ ପୁରସ୍କାର ବିତରଣ କରିଥିଲେ।

ଖ୍ୟାତନାମା ଖେଳାଳି ତଥା ଆନ୍ତର୍ଜାତୀୟ ସୁଟିଂ ଚମ୍ପିୟନ୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଉପସ୍ଥିତ କ୍ରୀଡା ପ୍ରେମୀମାନଙ୍କୁ ତାଙ୍କର ପ୍ରେରଣା ଦାୟୀ ଭାଷଣରେ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଓରିଓଜ ସ୍ପୋର୍ଟସ ଫେଷ୍ଟ୍ ଅବସରରେ ପିୟର୍ସ କମ୍ୟୁନିଟି ସେଣ୍ଟରଠାରେ ଓରିଓଜର ସଦସ୍ୟ ଓ ସଦସ୍ୟା ମାନଙ୍କ ଦ୍ଵାରା ମଞ୍ଚସ୍ଥ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନଲୋଭା ଥିଲା ଓ ଦେଖଣାହାରୀ ମାନଙ୍କୁ ପୁରାପୁରି ଅଭିଭୂତ କରିଦେଇଥିଲା।

ବିଶେଷ କରି ଓରିଓଜର ବାଳ କଳାକାର ମାନଙ୍କ ଦ୍ଵାରା ସୁନ୍ଦର ଓ ସୁଲଳିତ କଣ୍ଠ ସ୍ଵରରେ ପରିବେଷିତ ଓଡ଼ିଆ ଭଜନ “କି ସୁନ୍ଦର ଆହା କି ଆନନ୍ଦମୟ”, ସାଂସ୍କୃତିକ ସନ୍ଧ୍ୟାର ସ୍ଵତନ୍ତ୍ର ଆକର୍ଷଣ ଥିଲା। ଶ୍ରୋତା ମାନଙ୍କ ଦ୍ଵାରା ଯଥେଷ୍ଟ ଆଦୃତ ଏହି ଭକ୍ତି ସଙ୍ଗୀତକୁ ତରୁଣ ଅଗସ୍ତି ନିର୍ଦ୍ଦେଶନା ଦେଇଥିଲେ। ଉତ୍ସବର ଅନ୍ୟାନ୍ୟ ସାଂସ୍କୃତିକ ଉପସ୍ଥାପନା ମଧ୍ୟରେ ପ୍ରତ୍ୟେକ ପ୍ରଦେଶର ସଦସ୍ୟ ମାନଙ୍କ ଦ୍ଵାରା ପ୍ରସ୍ତୁତ କୌତୁକପ୍ରଦ ଏବଂ ହୃଦୟସ୍ପର୍ଶୀ କାର୍ଯ୍ୟକ୍ରମ ମାନ ଅନ୍ତର୍ଭୁକ୍ତ ଥିଲା।

ସାଂସ୍କୃତିକ ଅଧିବେଶନକୁ ମମତାଜ୍ ଲେଙ୍କା, ସ୍ମିତା ସାମନ୍ତରାୟ, ରୋଜାଲିନ ରାଉତ, ବାର୍ତ୍ତା ପେଣ୍ଡ୍ୟାମ, ଡଃ ରାମପ୍ରସାଦ ମହାନ୍ତି, ଚିନ୍ମୟୀ ମହାନ୍ତି ଏବଂ ମଧୁମିତା ସ୍ୱାଇଁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମ ଗୁଡିକୁ ଦକ୍ଷ ଉପସ୍ଥାପକ ମମତାଜ ଲେଙ୍କା, ଡ଼ଃ ରାମପ୍ରସାଦ ମହାନ୍ତି, ଚିନ୍ମୟୀ ମହାନ୍ତି, ଧରମତେଜା ମାନସିଂହ, ପ୍ରିସା ମହାପାତ୍ର, ପ୍ରତ୍ୟୁଷା ମାହୁନ୍ତ, ଶାଶ୍ଵତ ପତି ଓ କ୍ରିସ୍ ମେହେର ଖୁବ ସୁନ୍ଦର ତଥା ସ୍ଵଭାବ ସୁଲଭ ଢଙ୍ଗରେ ସଂଯୋଜନା କରିଥିଲେ।

ଓଲିଉଡ଼ ତାରକା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁଙ୍କର ଅନଲାଇନ୍ ଜରିଆରେ ଯୋଗଦାନ ଦର୍ଶକମାନଙ୍କୁ ଉଲ୍ଲସିତ କରିଦେଇଥିଲା। ଉତ୍ସବର ଉଦଘାଟନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ହାଇକମିଶନର ମହାମାନ୍ୟ ଶ୍ରୀ ମନପ୍ରିତ୍ ଭୋରା ସାରା ବିଶ୍ୱରେ ବ୍ରାଣ୍ଡ ଭାରତକୁ ଲୋକପ୍ରିୟ କରିବାରେ ଓଡିଶା ଓ ଓଡ଼ିଆ ମାନଙ୍କର ଭୂମିକା ବେଶ ପ୍ରଭାବଶାଳୀ ବୋଲି କହିଥିଲେ।

ସମାବେଶକୁ ସମ୍ବୋଧନ କରି ଓରିଓଜ ର ସଭାପତି ଡଃ ନଳିନୀ ପତି ଶରୀରକୁ ସୁସ୍ଥ ରଖିବା ପାଇଁ ଖେଳକୁଦ ଏବଂ ମାନସିକ ସନ୍ତୁଳନ ରକ୍ଷା ପାଇଁ ସାଂସ୍କୃତିକ ଆଦାନପ୍ରଦାନର ଯଥେଷ୍ଟ ଆବଶ୍ୟକତା ରହିଥିବା ସୂଚାଇଥିଲେ। ଅଷ୍ଟ୍ରେଲିଆର ବହୁବିଧ ସାଂସ୍କୃତିକ ବ୍ୟାପାର ବିଭାଗର ଛାୟାମନ୍ତ୍ରୀ ପିଟର କେନ୍ ଉପସ୍ଥିତ ଥିଲେ। ସମଗ୍ର ମହୋତ୍ସବକୁ ସଫଳତାର ସହିତ ଆୟୋଜନ କରିବାରେ ଓରିଓଜର ସୁଦକ୍ଷ ସଂଗଠକ ଯଥା ସମ୍ବିତ ଦାସ, ମମତାଜ ଲେଙ୍କା, ମନୋଜ ଲେଙ୍କା, ସଭାପତି ଡଃ ନଳିନୀ ପତିଙ୍କ ନେତୃତ୍ୱରେ ଓରିଓଜର ସମସ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ଏବଂ ଓରିଓଜ ଇଙ୍କର କାନବେରାସ୍ଥିତ ପରିବାର ବୃନ୍ଦଙ୍କର ଭୂମିକା ବେଶ ଉଲ୍ଲେଖଯୋଗ୍ୟ ଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version