ନୟାଗଡ ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ୩-୧ ଗୋଲ ରେ ବିଜୟୀ ହେଲା ରଣପୁର ବ୍ଲକ୍

ଓଡ଼ିଶା ତାଜା ନ୍ୟୁଜ (୧୭ ଅକ୍ଟୋବର ସୋମବାର) ନୟାଗଡ଼ :- ନୟାଗଡ଼ ଜିଲ୍ଲାର ୮ ଟି ବ୍ଳକକୁ ନେଇ ୧୧ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି।ସ୍ଥାନୀୟ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ବ୍ଳକରୁ ୧୨୮ ଜଣ ପ୍ରତିଯୋଗୀ ଏବଂ ଜିଲ୍ଲାର ସମସ୍ତ କ୍ରିଡା ଶିକ୍ଷକ/ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।

ଆଜି ଉଦଯାପନୀ ସମାରୋହରେ ନୟାଗଡର ଜିଲ୍ଲାପାଳ ଡା.ପୋମା ଟୁଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ। ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଏବଂ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଯୋଗଦେଇଥିଲେ।

ନୟାଗଡର ଜିଲ୍ଲା ଶିକ୍ଷା କ୍ରିଡା ନିରୀକ୍ଷକ ପ୍ରକାଶ ଚରଣ ସାନ୍ତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଆଜି ଫାଇନାଲ୍ ମ୍ୟାଚ ରଣପୁର ଓ ଖଣ୍ଡପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଉଭୟ ଦଳ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷରେ ରଣପୁର ବ୍ଳକ ୩-୧ ଗୋଲରେ ଖଣ୍ଡପଡ଼ା ବ୍ଳକକୁ ପରାସ୍ତ କରି ବିଜୟୀ ହୋଇଥିଲା।

ନୟାଗଡ଼ର ଜିଲ୍ଲାପାଳ ତଥା ଉଦଯାପନୀ ସମାରୋହର ମୁଖ୍ୟଅତିଥି ଡା.ପୋମା ଟୁଡୁ ଆଜିର ଶ୍ରେଷ୍ଠ ଖେଳାଳୀ ଭାବେ ରଣପୁରର ଆଶୁତୋଷ ସାହୁ, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଖଣ୍ଡପଡ଼ା ବ୍ଳକର ଚନ୍ଦନ କୁମାର ସ୍ୱାଇଁ ଙ୍କୁ ପୁରସ୍କ୍ରୁତ କରିବାସହ ଖଣ୍ଡପଡ଼ାକୁ ରନର୍ସ ଅପ ଏବଂ ରଣପୁର ବ୍ଳକକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ।

ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ପ୍ରସନ୍ନ କୁମାର ନାୟକ,ସୂର୍ଯ୍ୟକାନ୍ତ ଦଳବେହେରା, ରବୀନ୍ଦ୍ର ନାଥ ନାୟକ, ଗଙ୍ଗାଧର ସେଠୀ। ଉଦଯା ପନ ସମାରୋହରେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଉଦଘୋଷକ ଭାବେ ଧାରା ବିବରଣୀ ପ୍ରଦାନ କରିଥିଲେ ବିଶିଷ୍ଟ ପୁଟବଲ୍ ଖେଳାଳୀ ଅମିୟ ମୋହନ ସାହୁ।

ଆଜି ସମାରୋହରେ ନୟାଗଡ଼ ବ୍ଳକ ତଥା ସମସ୍ତ ବ୍ଳକମାନଙ୍କରେ ବିଦ୍ୟାଳୟମାନଙ୍କୁ ଫୁଟବଲ୍ ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲାର କ୍ରୀଡା ଶିକ୍ଷକମାନେ ନିଷ୍ଠାର ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବାରୁ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।