ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ସେମିଫାଇନାଲ ବିଜୟ ହୋଇ ହୋଇଛନ୍ତି  : ରଣପୁର ଓ ଖଣ୍ଡପଡ଼ା

ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର : ରଣପୁର ଓ ଖଣ୍ଡପଡ଼ା  ଖେଳିବ ଫାଇନାଲ ମ୍ୟାଚ୍

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଶନିବାର) ନୟାଗଡ଼ :- ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ଦୁଇ ଦୁଇଟି ସେମି ଫାଇନାଲ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲରେ ନୟାଗଡ ଓ ଖଣ୍ଡପଡା ବ୍ଳକ ମଧ୍ୟରେ ଚିତ୍ତାକର୍ଷକ ଖେଳ ହୋଇଥିଲା ।

ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟି ଖେଳପଡିଆରେ ଅନୁଷ୍ଠିତ ଏହି ପ୍ରଥମ ସେମି ଫାଇନାଲ ଖେଳରେ ନୟାଗଡ ବ୍ଲକ କୁ ୨-୦ ଗୋଲ୍ ରେ ପରାସ୍ତ କରିଥିଲେ ଖଣ୍ଡପଡ଼ା ବ୍ଳକ। ସେହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ପରିଦର୍ଶକ ଶ୍ରୀ ତ୍ରିନାଥ ସାହୁ ଓ ଆଶିଷ କୁମାର ପଟ୍ଟନାୟକ ,

ସୂର୍ଯ୍ୟକାନ୍ତ ଦଳବେହେରା , କୈଳାସ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ଏବଂ ପ୍ରସନ୍ନ କୁମାର ନାୟକଙ୍କ ଅତିଥିମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା ମଧ୍ୟ କରିଥିଲେ । ଖେଳର ଉଦଘୋଷକ ଭାବେ ଅମିୟ ମୋହନ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ ।

ପ୍ରଥମ ସେମିଫାଇନାଲରେ ଖଣ୍ଡପଡ଼ା ବ୍ଲକ୍ ର ଶ୍ରେଷ୍ଠ ଖେଳାଳି ଭାବେ ବିବେକ ପ୍ରଧାନ ଓ ଅନ୍ୟ ଖେଳାଳି ମାନେ ବିଜୟ ଲାଭ କରିଥିଲେ । ତତ୍ପରେ ଦ୍ଵିତୀୟ ସେମି ଫାଇନାଲରେ ଓଡ଼ଗାଁ ଓ ରଣପୁର ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା ଯେଉଁଥିରେ ରଣପୁର ଟ୍ରାଇ ବେକର୍ ରେ ଓଡ଼ଗାଁ କୁ ୩-୨ ଗୋଲ ରେ ପରାସ୍ତ କରି ବିଜୟୀ ହୋଇଥିଲା ।

କାର୍ଯ୍ୟକ୍ରମ ଟିର ଦ୍ୱିତୀୟ ପର୍ଯ୍ୟାୟ ରେ ରବୀନ୍ଦ୍ରନାଥ ନାୟକ ମଞ୍ଚ ପରିଚାଳନା ଦାୟିତ୍ୱରେ ରହିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ଗାଁ ର ବ୍ଲକ୍ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ମଞ୍ଚ ଅଧିଗ୍ରହଣ କରିଥିଲେ । ସୁବାଷ ଚନ୍ଦ୍ର ବେହେରା , ଗଙ୍ଗାଧର ସେଠୀ ଧନେଶ୍ଵର ଗିରି ଇତ୍ୟାଦି ଯୋଗ ଦେଇଥିଲେ ।