ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ଶୁକ୍ରବାର) କଳାହାଣ୍ଡି : ପ୍ରତି ଘରକୁ ସ୍ଵଚ୍ଛ ପାନୀୟଜଳ ଯୋଗାଣ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ ସରକାରୀ ତହବିଲରୁ ଖର୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଅସାଧୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ଅନେକ ପ୍ରକଳ୍ପ ଅକାମୀ ହେଉଛି । ନର୍ଲା ବ୍ଲକରେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ସବୁଠାରୁ ଅଧିକ ଦୁରାବସ୍ଥା ଦେଖିବାକୁ ମିଳୁଛି । ପୂର୍ବରୁ ସମ୍ପୂର୍ଣହୋଇଥିବା ପ୍ରକଳ୍ପ କାମ କରୁ ନ ଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ବର୍ତମାନ ଚାଲୁରହିଥିବା ପ୍ରକଳ୍ପ ଗୁଡିକ କେବେ ସମ୍ପୂର୍ଣହେବ ଓ ଲୋକେ କେବେ ପାଇବେ ପାନୀୟଜଳ ସେନେଇ ସଂଶୟ ସୃଷ୍ଟି ହୋଇଛି। ଅନ୍ୟ ପଟେ କାମ ସମ୍ପୁର୍ଣ ହେଉ କି ନହେଉ, ଲୋକେ ପାନୀୟଜଳ ପାଆନ୍ତୁ କି ନପାଆନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲେଖାଥିବା ଗୋଟିଏ ଗୋଟିଏ ଫଳକ ପ୍ରକଳ୍ପ ନିକଟରେ ଲଗାଇ ବିଭାଗୀୟ ଅଧିକାରୀ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ପାଖରେ ନିନ୍ଦିତ ଓ ସମାଲୋଚିତ କରିବା ସାର ହେଉଛି ।

ନର୍ଲା ବ୍ଲକ ସଦର ମହକୁମା ସ୍ଥିତି ଦେଖିଲେ ସମ୍ପୂର୍ଣବ୍ଲକର ସ୍ଥିତି ଅନୁମାନ କରିହୁଏ । ୨୦୦୪-୦୫ରେ ନର୍ଲା ସହର ସହ ସର୍ଗିଗୁଡା ଓ ନର୍ଲାରୋଡ ପାଇଁ ସାନ୍ଦୁଲ ନଦୀରୁପମ୍ପଯୋଗେ ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲା । ତେବେ ନିମ୍ନମାନର କାମ ଯୋଗୁଁ ବର୍ଷ ବର୍ଷ ଧରି ଅନିୟମିତ ଜଳଯୋଗାଣ ହୋଇଆସୁଥିବା ଯୋଗୁଁ କୁଆଡେ ଏଥିପାଇଁ ତତ୍କାଳୀନ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠୀଙ୍କ ତତ୍ତ୍ଵାବଧାନରେ ଏକ ମାଷ୍ଟରପ୍ଲାନ ତିଆରି ହୋଇଥିଲା । ସେହି ଅନୁଯାୟୀ ୨୦୨୧ ଏପ୍ରିଲ ମାସରୁ ତିନି କୋଟିରୁ ଅଧିକ ବ୍ୟୟ ଅଟକଳରେ ସାନ୍ଦୁଲ ନଦୀ ପଠାରେ ନୂତନ ପ୍ରକଳ୍ପର କାମ ଚାଲୁରହିଛି । ଏଥିପାଇଁ ସାନ୍ଦୁଲ ନଦୀ କୂଳରେ ଏକ ନୂତନ ଇନଟେକ୍ କୂଅ ନିର୍ମାଣ ସହ ସର୍ଗିଗୁଡା ଓ ନର୍ଲାରୋଡ ପାଇଁ ସ୍ଵତନ୍ତ୍ର ଭାବରେ ଏକ ଓଭରହେଡ ଟାଙ୍କି ନିର୍ମାଣ ହେବ । ନର୍ଲାରେ ପୂର୍ବରୁ ଥିବା ଓଭରହେଡ ଟାଙ୍କି ସହ ଶେଷମୁଣ୍ଡରେ ଆଉ ଏକ ଟାଙ୍କି ନିର୍ମାଣ ହେଲେ ଜଳଯୋଗାଣ ବ୍ୟବସ୍ଥିତ ହେବ ।

ହେଲେ ବର୍ଷକରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କାମ ସରିଛି କି ନାହିଁ ଓ ଯଦି କାମ ସରିଛି ତାହେଲେ ପଂଚାୟତକୁ ହସ୍ତାନ୍ତର ହୋଇଛି କି ନାହିଁ ତାହାରି ଉତ୍ତର କାହା ପାଖରେ ନାହିଁ । ଏନେଇ ନର୍ଲା ପଂଚାୟତରେ ଯୋଗାଯୋଗ ପାଇଁ ଗତ କିଛି ଦିନ ଧରି ଚେଷ୍ଟା କରି ଆସୁଥିଲେ ହେଁ ସରପଂଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଯୋଗାଯୋଗ ହୋଇପାରିନାହିଁ । ସୂତ୍ରରୁ ଜଣାପଡ଼ିଛି ଯେ କାମ ସମ୍ପୂର୍ଣ ହୋଇସାରିଥିଲେ ହେଁ ଜଳଯୋଗାଣ ବ୍ୟବସ୍ଥିତ ହୋଇପାରିନାହିଁ । ଗାଁ ଭିତରେ ଘର ମାନଙ୍କରେ ଦିଆଯାଇଥିବା ସଂଯୋଗ ଗୁଡିକରେ ଲିକେଜ ଯୋଗୁଁ ଜଳଯୋଗାଣ ନିୟମିତ ହୋଇପାରୁନାହିଁ । ବର୍ଷକରୁ ଅଧିକ ବିତି ଯାଇଥିଲେ ମଧ୍ୟ ନା ଠିକାଦାରଙ୍କ ଦେଖାଅଛି ନା ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଉଛନ୍ତି ।

ଠିକାଦାରଙ୍କ ଦ୍ଵାରା ନିୟୋଜିତ କର୍ମଚାରୀ ମାନେ ହିଁ କାମର ନିର୍ମାତା ଓ ସୂଚନାଦାତା ସାଜିଛନ୍ତି। ପାଇପ ବିଛାଇବା ନାମରେ ସହରର ଗଳିକନ୍ଦିରେ ରାସ୍ତା ଗୁଡିକ ଖୋଳି ଦିଆଯାଇଛି । ଚୁକ୍ତି ମୁତାବକ ସମ୍ପୃକ୍ତ ଠିକାସଂସ୍ଥା କାମ ସମ୍ପୂର୍ଣ ପରେ ଉକ୍ତ ରାସ୍ତା ଗୁଡିକ ମରାମତି କରିବେ ଓ ଜଳଯୋଗାଣ ସମ୍ପୂର୍ଣ ବ୍ୟବସ୍ଥିତ କରି ପଂଚାୟତକୁ ହସ୍ତାନ୍ତର କରିବେ । ଏହାର ମରାମତି ସହ ପାଂଚ ବର୍ଷ ପର୍ଯ୍ୟନ୍ତ ଜଳଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟୀତ୍ଵ ସମ୍ପୃକ୍ତ ଠିକାସଂସ୍ଥାର ରହିଛି । ହେଲେ କାମ କେବେ ସରିବ ଓ ଲୋକଙ୍କୁ ଜଳଯୋଗାଣ ବ୍ୟବସ୍ଥା ହେବ ବୋଲି ତାହାକୁ ନେଇ ପ୍ରଶ୍ନ ଉଠୁଛି । ବର୍ତମାନ ନାଁ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ଦେଖାମିଳୁଛି ନାଁ ଏଥିପ୍ରତି ପଂଚାୟତ କର୍ତ୍ତୃପକ୍ଷଙ୍କ ଦାୟିତ୍ଵ ଦେଖାଯାଉଛି ।

ବିଶ୍ଵସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ ସମ୍ପୃୃୃକ୍ତ ଠିକାଦାର କାମ ସମ୍ପୂର୍ଣ ଦର୍ଶାଇ ପ୍ରକଳ୍ପର ବିଲ ପାଇଁ ଚେଷ୍ଟା କରୁଛନ୍ତି। ବର୍ତମାନ ବ୍ଲକରେ ଅନେକ ସ୍ଥାନରେ ଜଳଯୋଗାଣ ପ୍ରକଳ୍ପ ଗୁଡିକର କାମ ଚାଲୁରହିଛି, ବିଭିନ୍ନ ଠିକା ସଂସ୍ଥା କାମ କରୁଛନ୍ତି । ପ୍ରୀୟାପ୍ରୀତି ତୋଷଣ ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହୋଇଆସୁଛି । କାମ ଗୁଡିକର ତଦାରଖ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ଵାରା କରାଯିବା ପାଇଁ ପ୍ରତି ପଂଚାୟତରେ ଦାବି ହେଉଛି । ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମକୁ ଜଳଯୋଗାଣ ହେଉ ନ ଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏଠାରେ ଦୀର୍ଘ ଦିନରୁ ଜଳଯୋଗାଣ ପ୍ରକଳ୍ପ ପରିସରରୁ ତାର ଚୋରି ହୋଇ ଥିବା ଜଣାପଡିଛି । ପୁଣି ଏହି ସବୁ ଦାବି ଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରୁତ୍ତ୍ଵ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।