No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ଗୁରୁବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ଡାକ୍ତରଖାନାରେ ବୁଧବାର ସନ୍ଧ୍ୟାରେ ଏକ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ ଚର୍ଚ୍ଚାର ବିଷୟ ହୋଇଛି । ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିଲେ ହେଁ ଶିଶୁ କନ୍ୟାଟିର ଶାରୀରିକ ଗଠନ ଅସାଧାରଣ ରହିଥିଲା । ସୂଚନା ମତେ ନର୍ଲା ଡଙ୍ଗରତଲ ପଡା ମହେନ୍ଦ୍ର ବେମାଲ ଓ ମାତା ରମ୍ଭାଙ୍କ ଔରସରୁ ନର୍ଲା ଡାକ୍ତରଖାନାରେ ଏକ ଶିଶୁକନ୍ୟା ଜନ୍ମ ଗ୍ରହଣ କରିଥିଲା ।
ଶିଶୁ କନ୍ୟାଟିର କାନ୍ଧ ପାଖରେ ଏକ ତୃତୀୟ ହାତ ସଦୃଶ ଥିବାବେଳେ ମୁଣ୍ଡର ଗଠନ ଅସ୍ଵାଭାବିକ ଥିଲା । ସାଧାରଣ ନବଜାତକ ଠାରୁ ଏକ ଅଦ୍ଭୁତ ଶାରୀରିକ ଗଠନର ଶିଶୁ ଡାକ୍ତରଖାନା କର୍ମଚାରୀ ତଥା ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଜନ୍ମଗ୍ରହଣ ପରେ ଶିଶୁ ଓ ମାଁ ଉଭୟେ ସୁସ୍ଥ ଥିବା ବେଳେ ଘରକୁ ଯିବାର କିଛି ସମୟ ପରେ ନବଜାତକର ମୃତ୍ୟୁ ଘଟିଥିବା ଜଣାପଡିଛି
No Result
View All Result