ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ଅନୁପ୍ଥିତିରେ ସୁକିନ୍ଦା ର ପୂର୍ବତନ ବିଧାୟକ, ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଙ୍କ ନେତୃତ୍ୱରେ ଏହି ପଦଯାତ୍ରା
ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ଅନୁପ୍ଥିତିରେ ସୁକିନ୍ଦା ର ପୂର୍ବତନ ବିଧାୟକ, ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଙ୍କ ନେତୃତ୍ୱରେ ଏହି ପଦଯାତ୍ରା ସଫଳତାର ସହ ଆୟୋଜିତ ହୋଇଥିଲା । ବିପୁଳ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଏହି ପଦଯାତ୍ରାରେ ସାମିଲ ହୋଇ ସରକାରଙ୍କ ବିକାଶର ବାର୍ତା ପ୍ରଚାର କରିଥିଲେ ।
ଦୀର୍ଘ ୨୨ ବର୍ଷରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶକୁ ବେଶ ଆଗକୁ ନେଇଥିବା କଥା ଜନସାଧାରଣଙ୍କୁ ଅବଗତ କରିଥିଲେ । ଏହି କାର୍ୟ୍ୟ କ୍ରମରେ ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସୁଚିତ୍ରା ବିଶ୍ଵାଳ, ସ୍ମୃତି ରାଣୀ ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଚନ୍ଦନ କର, କୈଳାସ ଜେନା, ତ୍ରିଲୋଚନ ଧଳ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ , ଭଗବାନ ସ୍ବାଇଁ, ବିଷ୍ଣୁ ଚନ୍ଦ୍ର ମଲ୍ଲିକ୍ , ଉଦୟ ରାଉତ ପ୍ରମୁଖ ବରିଷ୍ଟ ନେତା ମାନେ ଉପସ୍ଥିତ ଥିଲେ । ପଂଚାୟତ ବାସୀଙ୍କ ପକ୍ଷରୁ ପଦଯାତ୍ରା କାରୀଙ୍କୁ ଉତ୍ସଶିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

© 2023 Odisha Taza News.