ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର,ବୁଧବାର) କନ୍ଧମାଳ/ଫୁଲବାଣୀ :- କନ୍ଧମାଳ ବାଲିଗୁଡା ଜଙ୍ଗଲକୁ ଏସଓଜି କୌଣସି ସୂତ୍ରରୁ ଖବର ପାଇ ଓ ଡ଼ିଭିଏଫ ଯବାନମାନେ କମ୍ବିଙ୍ଗ ଅପେରସନ କରୁଥିଲେ । କମ୍ବିଙ୍ଗ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା ।
ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲିଗୁଡା ସୁଡ୍ରା ଜଙ୍ଗଲରେ ହୋଇଥିଲା ଗୁଳି ବିନିମୟ । ତେବେ ମୃତ ମହିଳା ମାଓବାଦୀର ପରିଚୟ ଏଯାଏଁ ମିଳିନଥିବା ଜଣାପଡିଛି ।

© 2023 Odisha Taza News.