No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ଅକ୍ଟୋବର,ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ସୁଣ୍ଡିଝୋଲା ଗ୍ରାମ ରେ ପବିତ୍ର କୁମାର ପୂର୍ଣ୍ଣିମା ଓ ମା ଗଜଲକ୍ଷ୍ମୀ ପୂଜା ର ଦ୍ଵିତୀୟ ଦିବସରେ ସରପଞ୍ଚ ଗାୟତ୍ରୀ ବେହେରା ଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,
୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,୧୬ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଜସ୍ମିନ ଦାସ, ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ସରପଞ୍ଚ ଗାୟତ୍ରୀ ବେହେରା,ସମିତି ସଭ୍ୟା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା,ସମାଜ ସେବୀ ସୂର୍ଯ୍ୟନାରାୟଣ ସାହୁ,ସମାଜ ସେବୀ ବିଭୂତି ଭୂଷଣ ବେହେରା ଙ୍କ ସହିତ ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।


No Result
View All Result