
ଓଡ଼ିଶା ତାଜା ନ୍ୟୁଜ (୦୯ ଅକ୍ଟୋବର,ରବିବାର ) ଖୋର୍ଦ୍ଧା-ଜଟଣୀ :- ଉତ୍କଳ ମଣିଗୋପବନ୍ଧୁ ଦାସଙ୍କ ୧୪୫ତମ ଜନ୍ମ ଜୟନ୍ତୀ ସମାରୋହ ସହକାରେ ପାଳିତ ହୋଇଯାଇଛି।ଜଟଣୀର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ,ବରିଷ୍ଠ ନାଗରିକ ସେବାସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ଆନୁକୂଲ୍ୟରେ ମିଳିତ ଭାବେ ସ୍ଥାନୀୟ ବାଛରା ଗ୍ରାମ ଓ ଗୋପବନ୍ଧୁ ପାର୍କ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହିତ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଟଣୀ ବିକାଶ ପରିଷଦର ସଭାପତି ବିଜୟ କୁମାର ଛୋଟରାୟ, ସାଧାରଣ ସମ୍ପାଦକ ସୁଦର୍ଶନ ସୁନ୍ଦରରାୟ,
ଉପ ସଭାପତି ମନମୋହନ ରାଉତରାୟ, ବିଜୟ କୁମାର ପଣ୍ଡା,ସୁରେନ୍ଦ୍ର କୁମାର ସାହୁ, କାର୍ଯ୍ଯକାରି ସଭାପତି ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ,ଶଶାଙ୍କ ଶେଖର ରାୟ,ସଙ୍ଗଠନ ସମ୍ପାଦକ ସୁଶାନ୍ତ କୁମାର ରାଉତ, ଜିତେନ୍ଦ୍ର କୁମାର ପଟ୍ଟନାୟକ,ପ୍ରଶାନ୍ତ କୁମାର ମିଶ୍ର,ମନୋଜ କୁମ୍ଭୀର ସ୍ୱାଇଁ,କୋଷାଧ୍ୟକ୍ଷ ବିଷ୍ଣୁ ଘଟୁଆରୀ,ଉପଦେଷ୍ଟା ଅଧ୍ୟାପକ ଶାନ୍ତନୁ ପଟ୍ଟନାୟକ,ନିମାଇଁ ହରିଚନ୍ଦନ ଓ ନିରୁ ସାହୁ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରାଣନାଥ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବାସଂଘର କିଶୋର ପାଇକରାୟ,
ବୈରାଗି ଜେନା,କମ୍ୟୁନିଷ୍ଟ ନେତା ସାରଙ୍ଗ ଧର ବେହେରା,ଶିକ୍ଷକ ନେତା ଅଵସର ପ୍ରାପ୍ତ ଶିକ୍ଷକ ତ୍ରିନାଥ ସାମନ୍ତରାୟ, ଜନ ଅଧିକାର ସଂଘ ରାଜ୍ୟ ସମ୍ପାଦକ ବାସୁଦେବ ସେଠୀ,ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ସମାଜସେବୀ ବିଜୟ ଜେନା,ଶରତ ଚନ୍ଦ୍ର ଦାସ କାଉନସିଲର ଦିଲ୍ଲୀପ ମାର୍ଥା (ଵାଲା)ନାରୀ ଶକ୍ତି ସଙ୍ଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ସଭାନେତ୍ରୀ ସନ୍ତୋସୀ ଜାଲି ପ୍ରମୁଖ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ମାତୃକାର ସେବାପାଇଁ ଆଗେଇ ଆସିବାକୁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ ।


© 2023 Odisha Taza News.