ଗଜପତିଜିଲ୍ଲାରେ ରେ ଲଗାଣ ବର୍ଷା : ନୂଆଗଡ ବ୍ଲକର ବଡପଦା ଗ୍ରାମରେ ଭୁଶୁଡିଲା ଘର, ଅଳ୍ପକେ ବର୍ତ୍ତିଲା ଗୋଟିଏ ପରିବାରର ୪ଜଣଙ୍କ ଜୀବନ

ଓଡ଼ିଶା ତାଜା ନ୍ୟୁଜ (୦୮ ଆଶ୍ୱିନ ୨୦୨୨,ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ନୂଆଗଡ ଓମୋହନା ବ୍ଲକରେ ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଏନେଇ ୪ଟି ଗାଁକୁ ଯାତାୟତ ଠପ୍ ହୋଇପଡ଼ିଛି । ସେପଟେ ବର୍ଷା ଯୋଗୁ ଜଣକ ଘର କାନ୍ଥ ଭୁଶୁଡିପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗୋଟିଏ ପରିବାରର ୪ଜଣ । ଏହି ଘଟଣା ଘଟିଛି ଗଜପତି ନୂଆଗଡର ବଡ଼ପଦା ଗାଁରେ । କିଛି ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଗାଁର ଜଣକ ଘର କାନ୍ଥ ଭୁଶୁଡି ପଡ଼ିଥିଲା । ଶୋଇଥିବା ଅବସ୍ଥାରେ ଏହି କାନ୍ଥ ଭୁୁଶୁଡିଥିବା ବେଳେ ପରିବାର ଲୋକେ ଏହି ଘଟଣାରୁ ବର୍ତ୍ତି ଯାଇଥିଲେ ।

ସେହିଭଳି ମୋହନା ବ୍ଳକର ଲିଲିଗଡ ସ୍କୁଲ ପାଚେରୀ ଭାଙ୍ଗିପଡ଼ିଥିଲା । ରାସ୍ତାକଡରେ ଥିବା ଏହି ସ୍କୁଲ ପାଚେରୀ ଭାଙ୍ଗି ଧାନକ୍ଷେତରେ ପଡି ରହିଛି ଯାହାର ତୁରନ୍ତ ମରାମତି ଦାବି ହୋଇଛି । ସେପଟେ ମୋହନା ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ୪ଟି ଗାଁକୁ ଯାତାୟତ ଠପ୍ ହୋଇଯାଇଛି । ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ଭାସିଯିବା ଯୋଗୁ ମାହନାଠଶରୁ ଧନୁପଙ୍କଳ ବାଢେଇପୁର ଓ ନୂଆସାହି ଗାଁକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।