ଓଡ଼ିଶା ତାଜା ନ୍ୟୁଜ (6 ତାରିଖ ଆଶ୍ୱିନ ୨୦୨୨,ଗୁରୁବାର) କଟକ :- କଟକ ମହାନଗର ନିଗମ (ସିଏମସି) ଅନ୍ତର୍ଗତ ତୁଳସୀପୁର,ବିଜୁ ପଟ୍ଟନାୟକ ରୋଡ ର ମହାନଦୀ ବନ୍ଧକୁ ଲାଗି ରହିଥିବା ହରିଣ ପାର୍କ ଟିରେ ପ୍ରାୟ ୨୫୦ ରୁ ଅଧିକ ବିଭିନ୍ନ ପ୍ରକାର ହରିଣ ଓ ହରିଣୀ ରହିଛନ୍ତି। ୧୯୮୧ ମସିହାରେ ହରିଣ ସୁରକ୍ଷା ପାଇଁ ୫ ଟି ହରିଣ କୁ ନେଇ ପ୍ରାୟ ଅଢେଇ ଏକର (୨.୫ ଏକର) ଜମିରେ ନିର୍ମିତ ଏହି ପୁରାତନ ହରିଣ ପାର୍କ ଟିର ଦୟନୀୟ ଅବସ୍ଥା ଦେଖିଲେ ସାଧାରଣ ଲୋକଙ୍କ ମନ ଦୟାରେ ଶିହରୀ ଉଠୁଛି । ଅପରିତ୍ୟକ୍ତ ହୋଇପଡ଼ିଥିବା ଏହି ପାର୍କ ମଧ୍ୟରେ ସାମାନ୍ୟ ବର୍ଷାରେ ସ୍ଥିତି ଦେଖିଲେ ଆମର ବନ୍ୟପ୍ରାଣୀ ସୁରକ୍ଷା ଆଇନ କେତେ ମଙ୍ଗଳମୟ ସମସ୍ତେ ଉପଲବ୍ଧି କରି ପାରିବେ।
ଏହି ଅବ୍ୟବସ୍ଥା ସମ୍ପର୍କରେ ପ୍ରାୟ କିଛି ବର୍ଷ ପୂର୍ବେ ଆମର ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅବଗତ ହୋଇ ଦେଇଥିବା ଆଦେଶ ଏବଂ କେନ୍ଦ୍ରୀୟ ଚିଡ଼ିଆଘର ପ୍ରାଧିକରଣ (CJDA) ଦ୍ଵାରା ହରିଣ ମାନଙ୍କ ସ୍ଵାଧୀନ ଚଳପ୍ରଚଳ ପାଇଁ ପର୍ଯ୍ୟାପ୍ତ ଜାଗା ଏବଂ ଉଚିତ୍ ବାତାବରଣ ପ୍ରଦାନ କରିବା ପାଇଁ ଚେତାବନୀ ଆସିବା ପରେ ,ବନ ବିଭାଗ ପକ୍ଷରୁ ଚନ୍ଦକା ଅଞ୍ଚଳରେ ୧୦୦ ଏକର ଜମିରେ ଏକ କୋଟି କୋଡ଼ିଏ ଲକ୍ଷ ବ୍ୟୟ ଅଟକଳ କରାଯାଇ ବ୍ୟବସ୍ଥା ପାଇଁ ଯୋଜନା ହୋଇଥିଲା । କିନ୍ତୁ ଦୁଃଖର ବିଷୟ,ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇ ପାରି ନ ଥିବାରୁ ପ୍ରାଣୀମାନଙ୍କ ଜୀବନ ଦୁଃଖ ଓ ଦୂର୍ବିଶୟ ରେ ଭରି ରହିଛି ।
ଯୋଜନା ଯେବେ କାର୍ଯ୍ୟକାରୀ ହେବ ହେଉ ,କିନ୍ତୁ ଏହାର ଆଂଶିକ ପ୍ରତିକାର କଟକ ମହାନଗର ନିଗମ ଜୀବେ ଦୟା ନୀତିରେ କରି କରି କରାଇ ପାରିବେ । ରାସ୍ତା ଗୁଡ଼ିକ ବାରମ୍ବାର କାମ ହୋଇ ଉଚ୍ଚ ହୋଇ ଯାଇଥିବାବେଳେ ପାର୍କ ଅଞ୍ଚଳଟି ଏକ ଗାଡିଆ ସଦୃଶ ହୋଇ ସାମାନ୍ୟ ବର୍ଷାରେ ମଧ୍ୟ ପାଣି ଜମି ପଙ୍କରେ ଭରି ରହିଛି । ଆମ୍ବର କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂ ଏଥିପ୍ରତି ଧ୍ୟାନ ଦେଇ ,ଅତି କମ୍ ଖର୍ଚ୍ଚରେ ଏହା ମଧ୍ୟରେ କିଛି ମାଟି ପକାଇ ଉଚ୍ଚ କରିବା ସହିତ କିଛି ଘାସ ଓ ଗୁଳ୍ମ ଜାତୀୟ ବୃକ୍ଷରୋପଣ ବ୍ୟବସ୍ଥା କରିବା ପାଇଁ ସାମାଜିକ ନ୍ୟାୟ କର୍ମୀ ତଥା ପରିବେଶ ସୁରକ୍ଷା ମିଶନ କର୍ମୀ ବସନ୍ତ କୁମାର ପଣ୍ଡା ଦାବୀ ଓ ଅନୁରୋଧ କରିଛନ୍ତି






















