No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୪ ତାରିଖ ଆଶ୍ୱିନ ୨୦୨୨,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ୨ ଅକ୍ଟୋବର ଠାରୁ ୨ ନଭେମ୍ବର ପର୍ଯ୍ୟନ୍ତ ପଦ ଯାତ୍ରା ଚାଲିବ । ସହରର ଗାନ୍ଧୀ ଛକ ଠାରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେପୁଷ୍ପମାଲ୍ୟାର୍ପଣ କରି ପଦଯାତ୍ରା ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବାବେଳେ,ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତ୍ରିପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଯୁବରାଣି କଲ୍ୟାଣି ଗଜପତି,
ବିଜେଡି ଯୁବ ନେତା ଇଂ. ରୂପେସ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ, ରାୟଗଡା ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ବିଜେଡି ରାଜ୍ୟ ସମ୍ପାଦକ ମାରୁତ ପାଳ, ବରିଷ୍ଠ ଯୁବ ଆଦିବାସୀ ନେତା ଅନ୍ତର୍ଯ୍ୟମୀ ଗୋମାଙ୍ଗ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଙ୍କ ସମେତ ବହୁ ବିଜେଡି ନେତା କର୍ମୀ ବ୍ଳକ ଅଧ୍ୟକ୍ଷ, ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ବହୁ ନେତା କର୍ମୀ ଜନ ସାଧାରଣଗାନ୍ଧୀ ଛକ ଠାରୁ ବାହାରି ବଜାର ଛକ ଠାରେ ଥିବା
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ହାଇ ସ୍କୁଲ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେପୁଷ୍ପମାଲ୍ୟାର୍ପଣ କରିଥିଲେ।ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇ ଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ତୃଣମୂଳ ସ୍ତରରେ ସଚେତନତା କରାଇବା ସହ ପ୍ରକୃତ ହିତାଧିକାରୀ କିପରି ପାଇବେ ତା ଉପରେ ଜନ ସାଧାରଣଙ୍କୁ ସଚେତନତା କରାଇବା ଏହି ପଦ ଯାତ୍ରାର ମୂଳ ଉଦ୍ଦେଶ୍ୟ।ଏହି ପଦ ଯାତ୍ରାରେ ଘରେ ଘରେ ପହଞ୍ଚି ବିକାଶ ର ବାର୍ତ୍ତା ପହଞ୍ଚାଇ ପାରିବ।
No Result
View All Result