ପୂଜ୍ୟ ପୂଜା କମିଟି ଓ ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୦୨ ଅକ୍ଟୋବର ରବିବାର ) ନୟାଗଡ଼ :- ନୟାଗଡ଼ ଖଣ୍ଡପଡାରୋଡ ସ୍ଥିତ ରୋଟାରୀ ଭବନ ଠାରେ ପୂଜ୍ୟପୂଜା କମିଟି ନୟାଗଡ଼ ଓ ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ଓ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୮ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି । ପୂଜ୍ୟପୂଜା କମିଟିର ସଭାପତି ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌରପରିଷଦର ପ୍ରଥମ ମହିଳା ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ସ୍ବର୍ଗତ ମହାପୁରୁଷ ମାନଙ୍କ ସ୍ମ୍ରୁତି ଚାରଣ କରିଥିଲେ । ବିଶିଷ୍ଟ ସାହିତ୍ଯିକ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ପୂଜ୍ୟପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ପଟ୍ଟନାୟକ,ସଂପାଦକ ଅରୁଣ କୁମାର ମହାନ୍ତି ଓ ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ମଞ୍ଚାସୀନ ଥିଲେ ।

ଗାନ୍ଧୀଜୀ କାହିଁକି ଜୋତା ମୋଜା ସୁଟ୍ ଆଦି ପୋଷାକ ପରିତ୍ଯାଗ କରି ଆଣ୍ଠୁ ପର୍ଯ୍ୟନ୍ତ ଖଦିଲୁଗା ପିନ୍ଧୁଥିଲେ, ଅଣ୍ଟାରେ ଗୋଟିଏ ଘଡି ବାନ୍ଧି ଥିଲେ ସେ ବିଷୟରେ ସଭାପତି ପ୍ରଫେସର ମିଶ୍ର ଅତି ସୁନ୍ଦର ଭାବରେ ଆଲୋଚନା କରିଥିଲେ । ସକାଳ ୮ଟାରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ ପୌରାଞ୍ଚଳରେ ଅବସ୍ଥିତ ସମସ୍ତ ଉଚ୍ଚ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଭାଗନେଇ ଥିଲେ। ନୟାଗଡ଼ କେନ୍ଦ୍ରୀୟ ବିଦ୍ଯାଳୟର ସମସ୍ତ ତିନିଜଣଯାକ ଛାତ୍ର ପ୍ରଥମ, ଦ୍ବିତୀୟ ଓ ୩ୟ ସ୍ଥାନ ଅଧିକାର କରିଥିଲେ।

ପ୍ରଥମ ସ୍ଥାନରେ ଫରୋଦ ହୁସେନ, ଦ୍ବିତୀୟ ସ୍ଥାନରେ ଆଦିତ୍ୟ କିରଣ ଗୁରୁ ଓ ୩ୟ ସ୍ଥାନରେ ପ୍ରିୟରଂଜନ ସାହୁ ଅବତୀର୍ଣ୍ଣ ହୋଇ ମୁଖ୍ଯ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟିର ଯୁଗ୍ମ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ସମାଜସେବୀ ଶ୍ରୀକାନ୍ତ ଖଟେଇ , ରୋଟାରିଆନ ଆରିଫ୍ ଖାଁ, ଶ୍ରୀଧର ସାହୁ,ଅବିନାଶ ସାହୁ,ବିମଳ କୁମାର ପଟ୍ଟନାୟକ,ଲକ୍ଷ୍ମୀ ନାରାୟଣ ରଥ, ସମାଜସେବୀ ଦାମୋଦର ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।