ଜଟଣୀ ବରିଷ୍ଠ ନାଗରିକ ସେବାସଙ୍ଘ ଓ ପାଣ୍ଡବ ଜେନା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୦୨ ଅକ୍ଟୋବର ରବିବାର )ଜଟଣୀ :- ଜଟଣୀ ବରିଷ୍ଠ ନାଗରିକ ସେବାସଙ୍ଘ ଓ ପାଣ୍ଡବ ଜେନା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଟ୍ରଷ୍ଟର ଅଧ୍ୟକ୍ଷ ସନ୍ତୋଷ ଜେନା,ସେବାସଂଘସଭାପତି ଅବନୀ ରାଉତରାୟ, ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ, ଅଵସର ପ୍ରାପ୍ତ ଶିକ୍ଷକ ଜୁଲଫୁକାର ଅଲ୍ଲୀ ଓ ପଦ୍ମନାଭ ପାଣିଗ୍ରାହୀ ସମାଜସେବୀ ବୈରାଗି ଜେନା, ସମ୍ବାଦିଳ ଇଫତେଖାର ଅଲ୍ଲୀ, କମ୍ୟୁନିଷ୍ଟ ନେତା ସାରଙ୍ଗ ଧର ବେହେରା, ସାହିତ୍ୟିକ ଆଦି ନାରାୟଣ ଖଣ୍ଡୁଆଡ, ପାଇକଗୁରୁ କାଶୀନାଥ ନାୟକ,

ମାନବ ଅଧିକାର ସୁରକ୍ଷା ମଞ୍ଚର ବାସୁଦେବ ସେଠୀ ଓ ହବିବୁର ରହେମାନ,ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, କିଶୋର ପାଇକରାୟ ଓ ରାଜେନ୍ଦ୍ର ପ୍ରସାଦ ମିଶ୍ର ପ୍ରମୁଖ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗାନ୍ଧୀଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ରାମଧୁନ ଗାନ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଅତିଥିମାନେ ଯୁବ ପିଢିଙ୍କୁ ଗାନ୍ଧିଜୀଙ୍କ ଅହିଂସା ବାର୍ତ୍ତା ସମ୍ପର୍କରେ ଆଲୋକପାତ କରିବା ସହ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚଳିବା ପାଇଁ ମତବ୍ୟକ୍ତ କରିଥିଲେ।