ଜଟଣୀ ବିକାଶ ପରିଷଦ ପକ୍ଷରୁ ଗାନ୍ଧୀ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୦୨ ଅକ୍ଟୋବର ରବିବାର )ଜଟଣୀ :-  ଜଟଣୀ ବିକାଶ ପରିଷଦ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ସଭ୍ୟ, ସଭ୍ୟା ମାନେ ସ୍ଥାନୀୟ ହରିଭାଇନା ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାମଧୁନ ଗାନ ସହ ନଗର ପରିକ୍ରମା କରି ଗାନ୍ଧୀ ପାର୍କ ଓ ବାଛରା ମେଳଣ ପଡ଼ିଆରେ ଥିବା ଗାନ୍ଧୀଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏଥିସହ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀ ମାନଙ୍କୁ ଫଳ, ବିସ୍କୁଟ ଓ ପାଉଁରୁଟି ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ବିଘ୍ନେସ ବଳବନ୍ତରାୟ , କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ପ୍ରଶାନ୍ତ ମିଶ୍ର, ସୁଶାନ୍ତ ରାଉତ, ଆଶୁତୋଷ ରାୟ , ସୁଦର୍ଶନ ସୁନ୍ଦରାୟ, ପ୍ରସନ୍ନ ସାହୁ, ରାଜେନ୍ଦ୍ର ସ୍ବାଇଁ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଓ ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ ।