No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୨ ଅକ୍ଟୋବର ରବିବାର ) ରଣପୁର :- ଦୀର୍ଘ ବର୍ଷ ଧରି ରଣପୁରରେ ଦୂର୍ଗା ପୂଜା ବହୁ ଧୁମ୍ ଧାମରେ ଅନୁଷ୍ଠିତ ହୋଇଆସୁଅଛି । ଆଶ୍ୱିନ ମାସର ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଯେଉଁ ନଅଟି ସ୍ୱରୂପଙ୍କୁ ପୁଜା କରାଯାଏ ସେଥି ମଧ୍ୟରୁ ସପ୍ତମ ଦିନରେ ମା’ କାଳରାତ୍ରୀ ରୂପରେ ପୂଜା ପାଇଥାନ୍ତି ଚଳିତ ବର୍ଷ ମଧ୍ୟ ଦୂର୍ଗା ପୂଜା ପେଣ୍ଡାଲରେ ମା’ କାଳରାତ୍ରୀ ରୂପେ ପୂଜାର୍ଚ୍ଚନା କରାଯାଇଛି ।
ଦୁର୍ଗା ପୂଜା କମିଟି ପକ୍ଷରୁ ବଡଦାଣ୍ଡ ସ୍ଥିତ ପୂଜା ପେଣ୍ଡାଲରେ ଦେବୀ ଦୂର୍ଗାଙ୍କ ସୁସଜ୍ଜିତ ମୂର୍ତ୍ତି ସ୍ଥାପନ କରାଯାଇ ମା ଙ୍କ ମହାସପ୍ତମୀ ପୂଜାର୍ଚ୍ଚନା କରାଯାଇଅଛି । ତେବେ ଶନିବାର ଦିନ ମାଙ୍କ ର ମହାସପ୍ତମୀ ପୂଜା ସମ୍ପୂର୍ଣ୍ଣ ହୋଇଛି । ପ୍ରତିବର୍ଷ ରଣପୁର ର ପରମ୍ପରା ଅନୁସାରେ ପ୍ରସିଦ୍ଧ ଶକ୍ତି ପୀଠ ମା ମଣିନାଗଙ୍କ ଠାରେ ଦୂର୍ଗା ପୂଜା ପାଳନ କରାଯାଇଥାଏ ତେବେ ଚଳିତ ମାସ ଦ୍ଵିତୀୟା ଓଷା ଠାରୁ ଆରାଧ୍ୟାଦେବୀ ମା ମଣିନାଗଙ୍କ ପୀଠରେ ବୈଦିକ ରୀତିନୀତି ଅନୁସାରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଅଛି ।
ଏହି ଅବସରରେ ଦେବୀ ଦୂର୍ଗାଙ୍କ ନବରାତ୍ରି ପୂଜା ସମ୍ପନ୍ନ ହେବା ସହ ମହାସପ୍ତମୀ ପୂଜା ସମାପ୍ତି ପରେ ପୂଜା ପେଣ୍ଡାଲ ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ମା । ପ୍ରତିବର୍ଷ ଦଶହରାକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ମଧ୍ୟ ଦୂର୍ଗା ପୂଜା କୁ ନେଇ ଭକ୍ତ ଙ୍କ ବହୁଳ ସମାଗମ ଦେଖିବାକୁ ମିଳିଛି ।
No Result
View All Result