No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିବାର ଜଣା ପଡ଼ିଛି । ତେଣୁ ତାଙ୍କୁ ବିଦାୟ ଦେବା ପାଇଁ ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ମାନେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗ ଦେଇଥିବା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକଙ୍କୁ ସ୍ୱାଗତ କରାଯାଇଛି ।
ସନ୍ତୋଷ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥି ପୂର୍ବରୁ ସମ୍ବଲପୁରରେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ଗଜପତି ଜିଲ୍ଲାରେ ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନାରେ ପବିତ୍ର କୁମାର ଦାସ ଙ୍କୁ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସେହିପରି ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ସନ୍ତୋଷ କୁମାର ନାୟକଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଛି ।
ପାରଳାଖେମୁଣ୍ଡି(ଗିରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result