No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଶନିବାର) ବୈପାରିଗୁଡା :- ବୈପାରିଗୁଡା ବ୍ଲକ ପ୍ରଶାସନ ତରଫରୁ ବୈପାରିଗୁଡା ବ୍ଲକର ମୁଣ୍ଡାଗୁଡା ସ୍ଥିତ ବୃଦ୍ଧାଶ୍ରମ ଠାରେ ଆର୍ନ୍ତଜାତୀୟ ବରିଷ୍ଟ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଡିଓ ଅଭିମନ୍ୟୁ କବି ଶତପଥି, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ, ଅନୁଷ୍ଟାନର ସନ୍ତୋଷ ସାହୁ, ବରିଷ୍ଟ ନାଗରିକ ସୂର୍ଯ୍ୟନାରାୟଣ ବିଶୋଇ,
ଜିଲ୍ଲା କାର୍ଯ୍ୟାଳୟର ଆହାନା ବେଦ ପ୍ରମୁଖ ଉପସ୍ଥିତ ରହିଥିଲେ । ଅତିଥି ଭାବେ ପ୍ରଥମେ ଗଣେଶ ପ୍ରଭୁଙ୍କୁ ନିକଟରେ ପୂଜାଚର୍ଚ୍ଛା କରି ନଡିଆ ମାରି ଶୁଭାରମ୍ଭ କରିଥିଲେ । ବୃଦ୍ଧାଶ୍ରମର ସମସ୍ତ ବୃଦ୍ଧବୃଦ୍ଧଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ବୃଦ୍ଧବୃଦ୍ଧା ମାନଙ୍କ ମନପ୍ରସନ୍ଦ ପାଇଁ ବ୍ଲକ ପ୍ରଶାସନ ତରଫରୁ ସେଠାରେ ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟେଜନ କରାଯାଇଛି । ସେହି ପରି ଭାବେ ବୃଦ୍ଧାଶ୍ରମରେ ସମସ୍ତ ବରିଷ୍ଟ ନାଗରିକ ମାନଙ୍କୁ ଚିକିତ୍ସା କରି ମାଗଣାରେ ଔଷଧ ବଣ୍ଠନ କରାଯାଇଛି ।


No Result
View All Result