ଆସୋଚାମ ପକ୍ଷରୁ ଭୁବନେଶ୍ୱରରେ ଇଣ୍ଡଷ୍ଟ୍ରିଆଲ ଡିକାର୍ବୋନାଇଜେସନ ସମ୍ମିଳନୀ ୨୦୨୨ ଆୟୋଜିତ

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ରାଜ୍ୟ ପ୍ରଦୂଷଣ ନିୟନ୍ତଣ ବୋର୍ଡ (ଓଏସପିସିବି)ର ମିଳିତ ସହଯୋଗରେ ଆସୋସିଏଟେଡ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି , ଓଡ଼ିଶା ସରକାର ଇଣ୍ଡଷ୍ଟ୍ରିଆଲ ଡିକାର୍ବୋନାଇଜେସନ ସମ୍ମିଳନୀ ୨୦୨୨ ନେଟ ଜିରୋ ପାଇଁ ରୋଡ ମ୍ୟାପ ଆୟୋଜନ କରିଥିଲେ । ଏହି ସମ୍ମିଳନୀ ସମଗ୍ର ବିଶ୍ୱରେ ଡିକାର୍ବୋନାଇଜେସନ ଭବିଷ୍ୟତ ପାଇଁ ପରିବର୍ତନକୁ ପ୍ରେରଣା ଦେବ ଓ ଶୂନ୍ୟ କାର୍ବନ ପ୍ରତିଶ୍ରୁତିକୁ ପୂରଣ କରିବାରେ ସହାୟକ ହେବ ।

ଇଣ୍ଡଷ୍ଟ୍ରିଆଲ ଡିକାର୍ବୋନାଇଜେସନକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ଓ ମତ୍ସ୍ୟ ବିଭାଗ ତଥା ଏଆରଡି ଓଡ଼ିଶା ସରକାର, ଶ୍ରୀ ସିଦ୍ଧାନ୍ତ ଦାସ,ଚେୟାରମ୍ୟାନ, ଓଡ଼ିଶା ରିୟଲ ଇଷ୍ଟଟ ରେଗୁଲୋଟୋରି ଅଥୋରିଟି, ଶ୍ରୀ ସତ୍ୟବ୍ରତ ସାହୁ ପ୍ରିନିସିପାଲ ସେକ୍ରେଟାରୀ (ଇନ ଚାର୍ଜ) ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ସଡ଼ିଶା ସରକାର ପ୍ରମୁଖ ଉପସ୍ଥିତ ରହି ଏହି ଦିଗରେ ବଳିଷ୍ଠ ପଦକ୍ଷେପ ନେବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି ସମ୍ମ୍‌ିଳନୀରେ ବିଭିନ୍ନ ପର୍ଯ୍ୟବେକ୍ଷକ, ବିଶେଷଜ୍ଞ, ଇଂଜିନିୟର, ନେତା, ନୀତି ନିମର୍ମାତା ଓ ନିୟାମକ, କେନ୍ଦ୍ରୀୟ ତଥା ରାଜ୍ୟ ପ୍ରଦୂଷଣ ବୋଡ, ସାମୁଦ୍ରିକ ଜୀବ ବିଜ୍ଞାନୀ, ଜଳବାୟୁ ବିଶେଷଜ୍ଞ, ପରିବେଶ ନିୟାମକ ଏଜେନସି, ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ ପ୍ରମୁଖ ବ୍ୟକ୍ତିମାନେ ଡିକାର୍ବେନାଇଜେସନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଏହି ସମ୍ମିଳନୀରେ ଏକ ପୃଷ୍ଠପୋଷକତା, ବ୍ରାଣ୍ଡିଂ ଓ ବିଜ୍ଞାନ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା ଯାହା ବ୍ରାଣ୍ଡର ଉପଯୁକ୍ତତା ପାଇଁ ଉପଯୁକ୍ତ ଅଟେ । ଚିନ୍ତାଧାରା ନେତୃତ୍ୱ ପୋଜିସନ, ନେଟୱାର୍କିଂ ସୁଯୋଗ ଠାରୁ ଆରମ୍ଭ କରି ହାଇଭିଜିବିଲିଟି ବ୍ରାଣ୍ଡିଂ ଓ ବିଜ୍ଞାପନ ପ୍ରଚାର ପର୍ଯ୍ୟନ୍ତ ପ୍ୟାକେଜ ଗୁଡ଼ିକୁ ଡିଜାଇନ କରାଯାଇଛି ଯାହା ସମସ୍ତଙ୍କ ପାଇଁ ଲାଭଦାୟକ ହୋଇ ପାରିବ ।

ଏଥିରେ ମୁଖ୍ୟ ବିଷୟ ଗୁଡ଼ିକ ହେଲା ସୁସ୍ଥ ଭବିଷ୍ୟତ ପାଇଁ ନବୀକରଣୀୟ ଶକ୍ତି ଓ ଶକ୍ତି ଦକ୍ଷତା, ଗ୍ରୀନଟେକ ଫାଇନାନସ, କାର୍ବନ ସିକ୍ୟୁଷ୍ଟ୍ରେସନ ଓ ଶିଳ୍ପ ଡିକାର୍ବୋନାଇଜେସନ । ମୁଖ୍ୟ ବିଷୟ ଗୁଡ଼ିକ ହେଉଛି :

1. ଜଳବାୟୁ, ଶକ୍ତି ଓ ସ୍ଥାୟିତ୍ୱର ଏକ ବୃହତ ଆଭିମୁଖ୍ୟ ସହିତ ଏକ ବୃତିଗତ ବିକାଶ ଲକ୍ଷ୍ୟ ଉପରେ ଯୋଜନା ପ୍ରସ୍ତୁତ କରିବା

2. ନୂତନ ଅନ୍ତର୍ନିହିତ ଶକ୍ତି ହାସଲ କରିବା ଓ ସ୍ଥରତା କ୍ଷେତ୍ରରେ ନେତା ମାନଙ୍କୁ ନିୟୋଜିତ କରି ସର୍ବୋତମ ଅଭ୍ୟାସ ଜାରୀ ରଖିବା

3. ନେଟୱାର୍କିଂ ଓ ରଣନୀତିକୁ ଆପଣାଇ ଜାତୀୟ ନେତାମାନଙ୍କ ସହ ମିଶି କାର୍ଯ୍ୟକରିବା । ଶ୍ରୀମତୀ ପରମିନ୍ଦରଜିତ କାଉର, ବରିଷ୍ଠ ନିର୍ଦ୍ଦେଶକ ଆସୋଚାମ- ପୂର୍ବ ଓ ଉତର ପୂର୍ବ କହିଥିଲେଯେ ଏହି ଡିକାର୍ବୋନାଇଜେସନ ସମ୍ମିଳନୀ ଜରିଆରେ ବିଭିନ୍ନ କ୍ଷେତ୍ର ମଧ୍ୟରେ ଜଳବାୟୁ, ଶକ୍ତି ଓ ସ୍ଥିରତା ବୃତିଧାରୀଙ୍କ ସହ ନେଟୱାର୍କିଂ ଓ ଶିକ୍ଷା ପାଇଁ ଆମେ ଏକ ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରିବାକୁ ଅପେକ୍ଷା କରୁଛୁ ।

ମିଳିତ ଭାବରେ ଅମେ ଶକ୍ତି ବ୍ୟବସ୍ଥାର ଭବିଷ୍ୟତକୁ ବ୍ୟାଖ୍ୟା କରିପାରିବା । ସହଯୋଗ, ନେତୃତ୍ୱ ପ୍ରଦର୍ଶନ ଓ ଅଗ୍ରଗାମୀ ପରିବର୍ତନ କରିବା ପାଇଁ ଏବେ ସମୟ ଆସିଛି ବୋଲି ସେ କହିଥିଲେ ।