• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

କଟକ-ବାରବାଟୀ ବିଧାୟକ ମୋକିମଙ୍କୁ ବେଲ୍‌

Proprietor Abhimanyu Maharana by Proprietor Abhimanyu Maharana
September 30, 2022
in ଅପରାଧ, ଓଡ଼ିଶା, କଟକ, ହୋମ୍
0
କଟକ-ବାରବାଟୀ ବିଧାୟକ ମୋକିମଙ୍କୁ ବେଲ୍‌

Share on FacebookShare on TwitterWhatsapp

ମାମଲାର ଶୁଣାଣି ବେଳେ ୧୭ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା ।

ଦୋଷୀସାବ୍ୟସ୍ତ ଏହି ୪ ଅଭିଯୁକ୍ତଙ୍କୁ ୫୦ ହଜାର ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ।

୨୦୦୦ ଜୁନ୍ ୨୪ରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଓଆରଏଚଡିସିରେ ୧.୫କୋଟି ଟଙ୍କାର ଋଣ ଆବେଦନ କରିଥିଲା ।

୨୦୦୦ ଜୁଲାଇ ୬ରୁ ୨୦୦୦ ଅଗଷ୍ଟ ୨୮ ମଧ୍ୟରେ ୩ଟି କିସ୍ତିରେ ଋଣ ପ୍ରଦାନ କରାଯାଇଥିଲା । ପ୍ରଥମ କିସ୍ତିରେ ଏକ କୋଟି ଟଙ୍କା, ୨ୟ କିସ୍ତିରେ ୩୦ ଲକ୍ଷ ଓ ୩ୟ କିସ୍ତିରେ ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ ଦିଆଯାଇଥିଲା

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ଶୁକ୍ରବାର) କଟକ :- ଆଗ ଜେଲ : ପରେ ମୋକିମଙ୍କୁ ବେଲ୍‌, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି)ରେ ହୋଇଥିବା ଦୁର୍ନୀତି ମାମଲାର ବିଚାରକରି ଦୀର୍ଘ ୨୧ ବର୍ଷ ପରେ ଭୁବନେଶ୍ବର ଦୁର୍ନୀତି ନିବାରଣ (ଭିଜିଲାନ୍ସ) କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟ ତାଙ୍କ ରାୟରେ କଟକ-ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦେଶକ ଇଂ ମହମ୍ମଦ ମୋକିମ ଓ ଅନ୍ୟତମ ନିର୍ଦେଶକ ପୀୟୁଷ ମହାନ୍ତି, ଓଆରଏଚଡିସିର ତତ୍କାଳୀନ ନିର୍ଦେଶକ ବିନୋଦ କୁମାର ଏବଂ କମ୍ପାନୀ ସଚିବ ସ୍ବସ୍ତିରଞ୍ଜନ ମହାନ୍ତିଙ୍କୁ ୩ ବର୍ଷ ଲେଖାଁଏ ଜେଲଦଣ୍ଡାଦେଶ ଶୁଣାଇଛନ୍ତି ।

ଏଥିସହିତ ଦୋଷୀସାବ୍ୟସ୍ତ ଏହି ୪ ଅଭିଯୁକ୍ତଙ୍କୁ ୫୦ ହଜାର ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡାଦେଶ ଭୋଗିବେ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ତେବେ ଭିଜିଲାନ୍ସ କୋର୍ଟ ଏହି ଦଣ୍ଡ ଶୁଣାଇବାର କିଛି ସମୟ ପରେ ଏସଡିଜେଏମଙ୍କ କୋର୍ଟରେ ବିଧାୟକ ଶ୍ରୀ ମୋକିମ୍ ଜାମିନ ଆବେଦନ କରିବା ପରେ ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ପୂର୍ବତନ ପ୍ରଶାସକ ବିନୋଦ କୁମାର ୨୦୦୦ ଜାନୁଆରୀ ୪ରୁ ୨୦୦୧ ମେ’ ୧୫ ତାରିଖ ପର‌୍ୟ୍ୟନ୍ତ ଓଆରଏଚଡିସିର ପରିଚାଳନା ନିର୍ଦେଶକ ଓ ସ୍ୱସ୍ତି ରଞ୍ଜନ ମହାପାତ୍ର କମ୍ପାନୀ ସେକ୍ରେଟେରୀ ଥିଲେ ।

୨୦୦୦ ଜୁନ୍ ୨୪ରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଓଆରଏଚଡିସିରେ ୧.୫କୋଟି ଟଙ୍କାର ଋଣ ଆବେଦନ କରିଥିଲା । ଭୁବନେଶ୍ୱର ନୟାପଲ୍ଲୀରେ ମେଟ୍ରୋ ସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ସକାଶେ କମ୍ପାନୀ ପକ୍ଷରୁ ଋଣ ପାଇଁ ଆବେଦନ କରାଯାଇଥିଲା । ସ୍ୱସ୍ତିରଞ୍ଜନ ମହାପାତ୍ର ଆବେଦନ ଦରଖାସ୍ତକୁ ଯାଞ୍ଚକରି ଋଣ ସଂକ୍ରାନ୍ତ ପ୍ରକ୍ରିୟା ସମ୍ପାଦନ କରି ଅନୁମୋଦନ ପାଇଁ ବିନୋଦ କୁମାରଙ୍କ ନିକଟକୁ ପଠାଇଥିଲେ । ୧.୫କୋଟିର ଋଣକୁ ବିନୋଦ କୁମାର ଅନୁମୋଦନ କରିଥିଲେ ।

ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌କୁ ୨୦୦୦ ଜୁଲାଇ ୬ରୁ ୨୦୦୦ ଅଗଷ୍ଟ ୨୮ ମଧ୍ୟରେ ୩ଟି କିସ୍ତିରେ ଋଣ ପ୍ରଦାନ କରାଯାଇଥିଲା । ପ୍ରଥମ କିସ୍ତିରେ ଏକ କୋଟି ଟଙ୍କା, ୨ୟ କିସ୍ତିରେ ୩୦ ଲକ୍ଷ ଓ ୩ୟ କିସ୍ତିରେ ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ ଦିଆଯାଇଥିଲା । ଋଣ ସଂକ୍ରାନ୍ତ ବୁଝାମଣା ଓ ଏ ସମ୍ପର୍କିତ କାଗଜପତ୍ରରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିର୍ଦେଶକ ଶ୍ରୀ ମହାନ୍ତି ଦସ୍ତଖତ କରିଥିଲେ । ଅନ୍ୟପକ୍ଷରେ ଓଆରଏଚଡିସିର ପରିଚାଳନା ନିର୍ଦେଶକ ଭାବେ ଋଣ ଅନୁମୋଦନ କରିବା ତଥା ଚେକ୍‌ରେ ଦସ୍ତଖତ କରିବାର ଅଧିକାର ସେତେବେଳେ ବିନୋଦ କୁମାରଙ୍କ ପାଖରେ ନଥିଲା ।

ଓଆରଏଚଡିସିର ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ ତାଙ୍କୁ ଏ ସଂକ୍ରାନ୍ତ କୌଣସି କ୍ଷମତା ଦିଆଯାଇ ନଥିଲା । ଏ ବିଷୟରେ ଅବଗତ ଥିବା ସତ୍ତ୍ୱେ ସ୍ୱସ୍ତି ରଞ୍ଜନଙ୍କ ସହ ମିଶି ବିନୋଦ କୁମାର ମେଟ୍ରୋ ବିଲଡର୍ସକୁ ଅନୁଚିତ ଅନୁଗ୍ରହ ଦେଖାଇ ଏହି କାର‌୍ୟ୍ୟ କରିଥିଲେ । ମେଟ୍ରୋ ବିଲଡର୍ସର ଋଣ ଆବେଦନକୁ ଓଆରଏଚଡିସିର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ନିକଟରେ ଉପସ୍ଥାପନ କରାଯାଇନଥିଲା । ଋଣ ଅନୁମୋଦନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରାଯାଇନଥିଲା । ଆୟକର ଦାଖଲ, ପ୍ରୋଜେକ୍ଟ ପାଇଁ ବିଡିଏର ପ୍ଲାନ୍ ଅନୁମୋଦନ, ପ୍ରୋଜେକ୍ଟ ଏଷ୍ଟିମେଟ୍‌, ଅଗ୍ନିନିରାପତ୍ତା ପ୍ରମାଣପତ୍ର ସମେତ ଋଣ ପ୍ରଦାନ ପୂର୍ବରୁ କରାଯାଯାଉଥିବା ଆବଶ୍ୟକ କାଗଜପତ୍ର ଠିକ୍ ଭାବେ ଯାଞ୍ଚ କରାଯାଇ ନଥିଲା ।

ମେଟ୍ରୋ ବିଲଡର୍ସ ପକ୍ଷରୁ ଦାଖଲ କରାଯାଇଥିବା ଏ ସଂକ୍ରାନ୍ତ କାଗଜପତ୍ର ନକଲି ଥିବା ଯାଞ୍ଚରୁ ଜଣାପଡିଥିଲା । ପୁଣି ଉଚିତ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ନରଖି ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡକୁ ୧.୫ କୋଟି ଋଣ ଦିଆଯାଇଥିଲା । ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ଓ ଅନୁଚିତ ଉପାୟରେ ଏକ ବିଲଡର ସଂସ୍ଥାକୁ ଲାଭ ଦେଇଥିଲେ । ମାମଲାର ଶୁଣାଣି ବେଳେ ୧୭ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା । ଏହି ମାମଲାର ଭିଜିଲାନ୍ସ କୋର୍ଟରେ ଶୁଣାଣି ସରକାରୀ ପିପି ହେମନ୍ତ କୁମାର‌ ସ୍ବାଇଁଙ୍କ ଯୁକ୍ତି ଆଧାରରେ ୧୭ଟି ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରସ୍ତାବିତ କାଗଜପତ୍ର ଓ ପ୍ରମାଣ ଆଧାରରେ ୪ଜଣଙ୍କ‌ ସହ ମେଟ୍ରୋ ବିଲ୍ଡରଙ୍କୁ କୋର୍ଟ ଦୋଷୀ ସାବସ୍ତ୍ୟ କରିଛନ୍ତି ।

ଏହି ମାମଲାରେ ପୂର୍ବରୁ ଭିଜିଲାନ୍ସ ପିୟୂଷ ଏବଂ ସ୍ବସ୍ତି ରଞ୍ଜନଙ୍କୁ ଗିରଫ କରିଥିଲା ।
କୋର୍ଟଙ୍କ ରାୟ ପରେ ବିଧାୟକ ମୋକିମ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଆରଏଚଡିସିରୁ ପୂର୍ବରୁ ୨ଥର ଋଣ ନେଇଥିଲୁ ଏବଂ ତାହାକୁ ପରିଶୋଧ କରିଦେଇଥିଲୁ । ଉକ୍ତ ୧.୫କୋଟି ଋଣ ଅର୍ଥରୁ ୧.୨୬କୋଟି ଋଣ ପରିଶୋଧ କରାଯାଇଛି । ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି କଲେ ଏମିତି ସ୍ଥିତିର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ଆଇଏଏସ୍ ବିନୋଦ କୁମାରଙ୍କୁ ସେତେବେଳେ ଟାର୍ଗେଟ କରି ଆମକୁ ସରକାର ଉଦ୍ଦେଶ୍ୟମୂଳକ ଭାବେ ଫସାଇଛନ୍ତି । ଯେଉଁ କୋର୍ଟ ଦଣ୍ଡାଦେଶ କରିଛନ୍ତି, ସେହି କୋର୍ଟ ମଧ୍ୟ ଜାମିନ ଦେଇଛନ୍ତି । ତେବେ ଭିଜିଲାନ୍ସ କୋର୍ଟର ରାୟ ବିରୋଧରେ ସେ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ

ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ

August 3, 2026
ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

August 3, 2026
ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ

ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ

August 3, 2026
ଜ୍ଞାନ ବିଜ୍ଞାନ ମେଳା

ଜ୍ଞାନ ବିଜ୍ଞାନ ମେଳା

August 3, 2026

Recent News

ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ

ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ

August 3, 2026
ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

August 3, 2026
ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ

ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ

August 3, 2026
ଜ୍ଞାନ ବିଜ୍ଞାନ ମେଳା

ଜ୍ଞାନ ବିଜ୍ଞାନ ମେଳା

August 3, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ

ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ

August 3, 2026
ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

August 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version