ସମ୍ଭାବନା ପରିବାର ପକ୍ଷରୁ ଫାସ୍ଟେଡ ବକ୍ସ ଲୋକାର୍ପିତ

ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ଗୁରୁବାର) ଖୋର୍ଦ୍ଧା-ଜଟଣୀ  :- ଜଟଣୀର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବର୍ଷତମାମ ସହର ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ସମୟରେ ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାନ ସଫଳତାର ସହ ଆୟୋଜିତ କରାଯାଇ ଜନମାନସରେ ବେଶ ପ୍ରଶଂସିତ ହୋଇପାରିଥିବା ବେଳେ ଏବେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ରାସ୍ତାରେ ଯାଉଥିବା ଦୁର୍ଘଟଣା ଗ୍ରସ୍ତ ପଥଚାରୀ ମାନଙ୍କୁ ତ୍ଵରିତ ସେବା ଯୋଗାଇ ଦେବା ପାଇଁ ସହରର କିଛି ପ୍ରମୁଖ ଜନଗହଳି ପୂର୍ଣ୍ଣ ଜାଗାରେ ସ୍ଥାପନ କରାଯାଇଛି ଫାସ୍ଟେଡ ବକ୍ସ l ଯାହାକି ଏହି ଜନଗହଳି ପୂର୍ଣ୍ଣ ରାସ୍ତାରେ ଯାଉଥିବା ଲୋକ କୌଣସି ଦୁର୍ଘଟଣାର ଶିକାର ହେଲେ ତାଙ୍କୁ ଏହି ସୁବିଧା ଦିଆଯିବା ସହ ଗୁରୁତର ହେଉ ଅବା ଅଧିକ ଚିକିତ୍ସା ପାଇଁ ଆବଶ୍ୟକ ସ୍ଥଳେ ସହାୟତା ଯୋଗାଇ ଦିଆଯିବ।

ଆଜି ଏହି ମହତ୍ କାର୍ଯ୍ୟକୁ ବରିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ଡା ଲକ୍ଷ୍ମଣ କୁମାର ରାୟଙ୍କ ଉପସ୍ଥିତରେ ସୀତାରାମ୍ ଛକ ନିକଟରେ ଥିବା ନୀଳଚକ୍ର ମାର୍କେଟ୍ ର ସଂଯୋଗ ସ୍ଥାନରେ ଲୋକାର୍ପିତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ଦାଶ,ସଭାପତି ସନ୍ତୋଷ କୁମାର ହୋତା,ଆଇନ୍ ପରାମର୍ଶ ଦାତା ଅକ୍ଷୟ କୁମାର ଦାସ, ସଂଗଠନ ସମ୍ପାଦକ ଦିଲୀପ ସିଂ, କୋଷାଧକ୍ଷ ନିରୂପମା ସ୍ୱାଇଁ , ମୁଖ୍ୟ ପରାମର୍ଶଦାତା ଭାସ୍କର ଚନ୍ଦ୍ର ଡାକୁଆ ,ଉପସଭାପତି ସଞ୍ଜୟ ବରିସଲ, ମମତା ବେହେରା, ମିଡିଆ ସେଲ ସଂଯୋଜକ ପ୍ରଶାନ୍ତ କୁମାର ସାହୁ,ଅତିରିକ୍ତ ସଂଗଠନ ସମ୍ପାଦକ ଶରତ କୁମାର ରେଡି, ଏମ୍ ଶଙ୍କର ରାଓ , ସି ଏଚ ମିନାକ୍ଷୀ ରେଡ୍ଡୀ, ବିଶିଷ୍ଟ ଯୁବ ବ୍ୟବସାୟୀ ଶ୍ୟାମ ଅଗ୍ରୱାଲଙ୍କ ସମେତ ବଜାର୍ ଅଞ୍ଚଳର ବହୁ ବ୍ୟବସାୟୀ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l