ମହିପୁର ନୋଡାଲ ହାଇସ୍କୁଲ ରେ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ଗୁରୁବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ନୋଡାଲ ହାଇସ୍କୁଲ ରେ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆର୍ ପି ପ୍ରତୀକ୍ଷା ପ୍ରିୟଦର୍ଶିନୀ,ତପସ୍ଵିନୀ ବେହେରା ଏବଂ ଯାଜ୍ଞସିନି ବେହେରା, ସଂପଡା ଏବଂ ନୀଳାଦ୍ରିପୁର କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା ଏବଂ ବିଜୟ କୁମାର ବେହେରା ସହଯୋଗ କରିଥିଲେ।ସେହିପରି ବକଳ ବନ୍ଧ ବିଦ୍ୟାଳୟ ରେ ଦୁରୁ ଦୁରା କ୍ଲଷ୍ଟର ସି ଆର୍ ସି ସି ରାକେଶ କୁମାର ଘଡେ଼ଇ ଙ୍କ ସହଯୋଗରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରଦାନ କରାଯାଇଥିଲା।