ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳା ଉଦ୍ଯାପିତ
ବିଶେଷ କରି ତୃଣମୂଳସ୍ତରର ମହିଳାମାନେ ନିଷ୍ପତ୍ତି ଗ୍ରହଣରେ ଭାଗନେବା ଆବଶ୍ୟକ । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ନେତୃତ୍ୱ ବିକାଶ ହୋଇପାରିଛି । କୋଭିଡ୍ ସମୟରେ ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଏହାକୁ ପ୍ରମାଣିତ କରିଛନ୍ତି । ରାଜ୍ୟ ସରକାର ପାଞ୍ଚ ବର୍ଷ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ସେହିପରି ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ୫୦୦ ମିଶନ ଶକ୍ତି ବଜାର/ ଆଉଟଲେଟ ଆରମ୍ଭ କରାଯିବା ନିମନ୍ତେ ଯୋଜନା କରାଯାଇଛି । ଏତଦ୍ବ୍ୟତୀତ ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି କାଫେ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାଫେରେ କାର୍ଯ୍ୟରତ ମହିଳାମାନେ ଇଣ୍ଡିଆନ ଇନଷ୍ଟିଟ୍ୟìଟ ଅଫ୍ ହୋଟେଲ ମେନେଜମେଣ୍ଟରେ ତାଲିମ ପାଇଛନ୍ତି ।
ନୂତନ ଓଡିଶା ଗଠନରେ ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗୀ ଭାବେ ରାଜ୍ୟର ବିକାଶରେ ନେତୃତ୍ୱ ନେବ ବୋଲି ଶ୍ରୀମତୀ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି । ଏହି କର୍ମଶାଳାରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ ଖାଦ୍ୟର ବିବିଧତା ଏବଂ ଖାଦ୍ୟ ଅପଚୟ ହ ୍ରାସ ଉପରେ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟକର, ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢାଇବା ନିମନ୍ତେ ସଚେତନତା ଅଭିଯାନର ଆବଶ୍ୟକତା ରହିଛି । ମହିଳାମାନଙ୍କ ପାଇଁ କୃଷିଭିତ୍ତିକ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଜରୁରୀ ଅଟେ । ଚାଷ ଜମି ଉପରେ ମହିଳାଙ୍କ ଅଧିକାର ରହିବା ସହ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ସେମାନଙ୍କର ହାତରେ ରହିବା ଦରକାର । ଏହା ଦ୍ୱାରା କୃଷି କ୍ଷେତ୍ରରେ ମଧ୍ୟ ମହିଳା ସଶକ୍ତିକରଣ ହୋଇପାରିବ ।
ଅକ୍ଷୟ ଶକ୍ତିର ବ୍ୟବହାର, ଡିଜିଟାଲ ମାଧ୍ୟମରେ କୃଷି ସୂଚନା ଏବଂ ସେବାର ସମୟାନୁବର୍ତ୍ତୀ ବିତରଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ସିଟିଟିସି, ସିପେଟ୍, ଓର୍ମାସ୍, ଅରେଞ୍ଜ କ୍ରସ୍ ଏବଂ ଟାଟା ଷ୍ଟ୍ରାଇଭ ସଂସ୍ଥାର ପ୍ରତିନିଧିମାନେ ପ୍ରଦାନ କରୁଥିବା ଦକ୍ଷତା ବିକାଶ ତାଲିମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଏହି ୨୯ ଜଣ ଅଧିକାରୀ ୪ ଗୋଟି ଦଳରେ ବିଭକ୍ତ ହୋଇ ଆଗାମୀ ବର୍ଷ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଶ୍ରୀ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ନିୟୋଜନ ନିର୍ଦ୍ଦେଶାଳୟର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲା ନିୟୋଜନ ଅଧିକାରୀମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.