No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ବୁଧବାର ) କଟକ :- କଟକ ସଦର ୪୨ ମୌଜା,ଶ୍ରୀରାମ ମୌଜା ନିବାସୀ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା ଦୀର୍ଘ ତିରିଶ ବର୍ଷ ଧରି ଅବିରତ ବୃକ୍ଷରୋପଣ,ପ୍ରାକୃତିକ ପରିବେଶ ଓ ଜଙ୍ଗଲ ସୃଷ୍ଟି ଅଭିଯାନ ଜାରି ରଖିଛନ୍ତି। ମହାମାରୀ କୋରୋନା ରୁ ମିଳିଥିବା ଶିକ୍ଷା ଅନୁସାରେ ସବୁଜ ବଳୟ ହିଁ ମାନବ ସମାଜର କଲ୍ୟାଣ ପାଇଁ ଏକ ବଡ ଆହ୍ଵାନ । ଏହି ଆହ୍ବାନକୁ ସାକାର କରିବାର ପ୍ରାଥମିକ ମାଧ୍ୟମ ହେଉଛି ବିଦ୍ୟାଳୟ,ଯାହାକି ଶିକ୍ଷାର୍ଥୀ ମାନେ ଶିକ୍ଷା ସହିତ ସବୁଜ ବଳୟରେ ସୁସ୍ଥ ରହି ପରିବେଶ ସୁରକ୍ଷାକୁ ମନ୍ତ୍ର ଭାବେ ଗ୍ରହଣ କରିବେ।
ପ୍ରକୃତି ବନ୍ଧୁ ନବକିଶୋରଙ୍କ ଏହି ଅଭିଯାନରେ ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡାଙ୍କ ସହଯୋଗରେ ଝାରକଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଏକ ବ୍ୟାପକ ପରିବେଶ ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ପରିଚାଳନାରେ ଶିକ୍ଷୟିତ୍ରୀ ସଲମା ମାରାଣ୍ଡି ,ଅର୍ଚ୍ଚନା ବେହେରା ,ଗୌରୀ ଦେଇ,ଅଳକା ନାୟକ,ମିନତି ସ୍ୱାଇଁ ଓ ସମସ୍ତ ପିଲାମାନେ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ଚେୟାରମ୍ୟାନ ଗୋବିନ୍ଦ ବେହେରା, ପୂର୍ବତନ ସରପଞ୍ଚ ବିକ୍ରମ କେଶରୀ ଆଚାର୍ଯ୍ୟ, ମୋ ସ୍କୁଲ ଚେୟାରମ୍ୟାନ ସୁକାନ୍ତ କୁମାର ପାତ୍ର ,ସମାଜସେବୀ ପ୍ରଭାତ ଚନ୍ଦ୍ର ଖଟୁଆ ,ବାତ୍ୟା ଆଶ୍ରୟସ୍ଥଳ ସମ୍ପାଦକ ରବୀନ୍ଦ୍ର ଦାସ ,ପଣ୍ଡିତ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ,ସାମ୍ବାଦିକ ଅନିଲ ଦାସ ଓ ପରିବେଶ ସୁରକ୍ଷା ଗ୍ରୁପ୍ କର୍ମୀ ଭଗବତୀ ପତି, ମିତୁଲ ପଣ୍ଡା ,ଶ୍ରୀରାମ ଦୀକ୍ଷିତ,କିରଣ ପଣ୍ଡା, ଚୈତନ ପଣ୍ଡା, ଲକ୍ଷ୍ମଣ ଦୀକ୍ଷିତ ,ଦିଲ୍ଲୀପ ପାଣିଗ୍ରାହୀ ପ୍ରଭୃତି ବହୁ ସଦସ୍ୟ ଯୋଗ ଦେଇ ସହଯୋଗ ଓ ବୃକ୍ଷରୋପଣ କରିଥିଲେ।
No Result
View All Result