ଗଜପତି ଜିଲ୍ଲା କୃଷକ ସମାଜର ସଭାନେତ୍ରୀ ହେଲେ ଏ.ହେମଲତା

ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କୃଷକ ସମାଜର ସଭାନେତ୍ରୀ ଭାବେ ଏ. ହେମଲତା ମନୋନୀତ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ରାଜ୍ୟ କୃଷକ ସମାଜ ତରଫରୁ ହେମଲତାଙ୍କୁ ଗଜପତି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।ହେମଲତା ଗଜପତି ଜିଲ୍ଲାର ଜଣେ ଅଗ୍ରଣୀ ଚାଷି ଓ ଜଣେ ସମାଜ ସେବୀକା ଭାବେ ବେଶ ପରିଚିତ ଥିବା ଯୋଗୁଁ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇ ଥିବା ସୂଚନା ମିଳିଛି

ସଭାନେତ୍ରୀ ଭାବେ ମନୋନୀତ ହେବା ପରେ ହେମଲତା କହିଛନ୍ତି ଚାଷି ଓ କୃଷିର ଉନ୍ନତି ପାଇଁ ସେ କାର୍ଯ୍ୟ କରିବା ସହ ଗଜପତି ଜିଲ୍ଲାରେ କୃଷି ଓ କୃଷକ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟ ରହିବ ହେମଲତା ଜିଲ୍ଲା କୃଷକ ସମାଜର ସଭାନେତ୍ରୀ ଭାବେ ମନୋନୀତ ହେବା ନେଇ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି।