ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ରୁ ୨ ଜଣଙ୍କୁ ଜାତୀୟ ସେବା ଯୋଜନା (ଏନ ଏସ ଏସ) ଦିବସ ଅବସରରେ ସମ୍ମାନୀତ କରାଯାଇଥିବା ଜଣା ପଡ଼ିଛି। ୨ ଜଣଙ୍କ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟର ସ୍ବେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ରହିଛନ୍ତି।ବ୍ରହ୍ମ ପୁର ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏମାନଙ୍କୁ ବିଭିନ୍ନ ସେବା ପାଇଁ ସମ୍ମାନିତ କରାଯାଇଥିବାର ଜଣାପଡିଛି । ସେମାନେ ହେଲେ ପାରଳାଖେମୁଣ୍ଡି ଠାରେ ଥିବା ମହିଳା ମହା ବିଦ୍ୟାଳୟର ଅଧ୍ୟାପିକା ତଥା ଏନ.ଏସ.ଏସର କାର୍ଯ୍ୟକ୍ରମ ଅଧିକାରିଣୀ ଡକ୍ଟର ଭାରତୀ ପାଣିଗ୍ରାହୀଙ୍କୁ ଉତ୍ତମ ପ୍ରୋଗ୍ରାମ ଅଫିସର ଭାବେ ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରଜ୍ଞାବତୀ ରଇତଙ୍କୁ ଏନ. ଏସ.ଏସର ଉତ୍ତମ ସ୍ବେଚ୍ଛାସେବୀ ଭାବେ ସେବା ନାୟକ ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାଶ ପ୍ରମୁଖଙ୍କ ସହ ବିଶ୍ଵ ବିଦ୍ୟାଳୟର ଏନ ଏସ ଏସ ବ୍ୟୁରୋର ଅଧିକାରୀ ଙ୍କ ଉପସ୍ଥିତ ରହିଥିଲେ।ସୂଚନା ଯୋଗ୍ୟ ଯେ ଅଧ୍ୟାପିକାଡକ୍ଟରପାଣିଗ୍ରାହୀମହିଳାମହାବିଦ୍ୟାଳୟରେ ଗତ ୩ବର୍ଷ ଧରି ଏନ ଏସ ଏସର ପ୍ରୋଗ୍ରାମ ଅଫିସର ଭାବେ ଦାୟିତ୍ବ ନେବା ପର ଠାରୁ କଲେଜର ଛାତ୍ରୀ ମାନଙ୍କ ସହ ବିଭିନ୍ନ ଗ୍ରାମାଞ୍ଚଳରେ କ୍ୟାମ୍ପ କରିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ କରି ଆସୁଛନ୍ତି । ବିଶେଷ କରି କରୋନା ମହାମାରୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରି ଉଚ୍ଚ ପ୍ରଶଂସିତ ହୋଇ ଥିବାର ଜଣା ପଡ଼ିଛି ।

ସେହିପରି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରଜ୍ଞା ବତୀ ରଇତ ମଧ୍ୟ ଏନ.ଏସ.ଏସ ଦଳର ନେତୃତ୍ୱ ନେଇ ଖୁବ ପ୍ରଶଂସିତ କାର୍ଯ୍ୟ ମାନ କରିଥିବା ଯୋଗୁଁ ସେବା ନାୟକ ସମ୍ମାନ ସମ୍ମାନୀତ ହୋଇଛନ୍ତି । ଉଭୟ ଙ୍କୁ ଏପରି ସମ୍ମାନିତ କରାଯାଇଥିବାକୁ ନେଇ ଉଭୟ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷ । ଅଧ୍ୟାପକ ଅଧ୍ୟାପିକାଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ବୃନ୍ଦ ଓ ଛାତ୍ର ଛାତ୍ରୀ ଶୁଭେଚ୍ଛା ଜଣେଇବା ସଙ୍ଗେ ସଙ୍ଗେ ଅଭିନନ୍ଦନ ଜଣାଇଛନ୍ତି ।