ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର ମଙ୍ଗଳବାର ) ବୈପାରିଗୁଡା :- ଭିଜିଲାନ୍ସ ଜାଲରେ ପଡିଲେ ବୈପାରିଗୁଡା ତହସିଲ କାର୍ଯ୍ଯାଳୟର ଜଣେ କର୍ମଚାରୀ ! ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଗଲେ ସିନିୟର କିରାଣୀ ସତ୍ଯନାରାୟଣ ଦଳେଇ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ତହସିଲ କାର୍ଯ୍ଯାଳୟକୁ ଗତ ଦୁଇ ରୁ ତିନି ମାସ ତଳେ ଏହି ଅଧିକାରୀ ଜଣକ ଆସିଥିବାର ଜଣାପଡିଛି ! ମିଳିଥିବା ସୂଚନା ଅନୁସାରେ ବୈପାରିଗୁଡା ଗ୍ରାମର ମାନସ ମହାନ୍ତିଙ୍କ ଏକ ଜମି ପଟ୍ଟା କରାଯାଇ ଦେବା ନେଇ ୫ ହଜାର ଟଙ୍କା ଲାଂଚ ମାଗିଥିଲେ !
ପୂର୍ବ ରୁ ମାନସ ଏହି ବିଷୟକୁ ନେଇ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇବା ପରେ ଆଜି ମାନସ ତହସିଲକାର୍ଯ୍ଯାଳୟ କୁ ଯାଇ ଟଙ୍କା ଦେଉଥିବା ସମୟରେ ଏହି କିରାଣୀ ବାବୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ନିଜ କାର୍ଯ୍ୟାଳୟ ଭିତରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାପରେ ସନିୟର କିରାଣୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ଭିଜିଲାନ୍ସ ବିଭାଗର ଡିଏସପିଙ୍କ ନେତୁତ୍ବରେ ସାତ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ଥିବାର ସୂଚନା ମିଳିଛି !















