ରଣପୁର ତାରିଆ ସମବାୟ ସମିତି କେଳାଙ୍କାରୀ : ଭିନ୍ନ ମୋଡ଼ ନେଇଛି – ତଦନ୍ତ ନିର୍ଦେଶ

ହାଇକୋର୍ଟରେ ମାମଲା ଖାରଜ : ବାଜି ମାରିଲେ ସ୍ଥାନୀୟ ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ବର ସୋମବାର ) ରଣପୁର :- ରଣପୁର ତାରିଆ ସମବାୟ  ସମିତି କେଳାଙ୍କାରୀ ଭିନ୍ନ ମୋଡ଼ ନେଇଛି । ଉକ୍ତ ସଂସ୍ଥାର ସଭାପତି ପଦ ହାସଲ ପାଇଁ ସ୍ଥାନୀୟ ବିଜେପି ନେତା ପଦ୍ମଚରଣ ମହାନ୍ତି ବିରୋଧରେ ଅପାତତଃ ପ୍ରମାଣ ମିଳିଛି । ଏହା ଉପରେ ଏବେ ତଦନ୍ତ ଜାରି ରହିବ । ଏନେଇ ହାଇକୋର୍ଟରେ ହୋଇଥିବା ମାମଲାକୁ ଖାରଜ କରିବା ସହ କୋର୍ଟ ରେଜିଷ୍ଟ୍ରର କୋପରିଟିଭ ସୋସାଇଟି ଜରିଆରେ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ।

                          ଏଇ ଚିଠି ଦେଇଥିଲେ ବିଧାୟକ

ତାରିଆ ସମବାୟ ସମିତିର ସଭାପତି ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ରାଜ୍ୟ ସରକାରଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀ (ଷ୍ଟେଟ କୋଅପରେଟିଭ) ଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏଇ ଚିଠି ଦେଇଥିଲେ ବିଧାୟକ ସୋସାଇଟିକୁ ୧୧/୦୭/୨୦୨୨ରେ ଯାଇ ନାହାଁନ୍ତି କି ସଭାପତି ପାଇଁ କୌଣସି ଫର୍ମ କିଣି ନାହାଁନ୍ତି ବା ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ମାତ୍ର ଚଞ୍ଚକତା କରି ଦିନ ଦ୍ୱିପ୍ରହାରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ତାରିଆ ସମବାୟ ସମିତିର ସଭାପତି ହୋଇଯାଇଛନ୍ତି । ଏହା ଉପରେ ତଦନ୍ତ ହେଉ ବୋଲି ବିଧାୟକ ଦାବି କରିଥିଲେ ।

                                 ତଦନ୍ତ ନିର୍ଦେଶ

ତଦନ୍ତ ନିର୍ଦେଶ ତେଣୁ ଇଲେକ୍ସନ କମିଶନ ଇନକ୍ୱାରୀ କରିବା ପାଇଁ DRCS Cum Dristict ଇଲେକ୍ସନ ଅଫିସ ପୁରୀକୁ ନିର୍ଦେଶ ଦେଇଥିଲେ । ହେଲେ ଅନିୟମିତତା ହୋଇଥିବା ତାରିଆ ସୋସାଇଟି ସଭାପତି ଏହି ଇନକ୍ୱାରୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ୨୨/୦୯/୨୦୨୨ ତାରିଖରେ ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ବିଧାୟକ ଶ୍ରୀ ପ୍ରଧାନଙ୍କ ବାଜି ମାରି ନେଇଛନ୍ତି । ବିଧାୟକଙ୍କ ପାଇଁ ଆଇନୀଜୀବୀ ରାମକୃଷ୍ଣ ପଟ୍ଟନାୟକ କୋର୍ଟରେ ମାମଲା ସଫଳ ଭାବେ ପରିଚାଳନା କରୁଥିବାରୁ ନିର୍ଣ୍ଣାୟକ ସ୍ଥିତିରେ ଘଟଣା ପହଞ୍ଚିଛି ।