ମୋହିନୀ ନାୟକ ଜିଲ୍ଲା ଯୋଜନା ବୋର୍ଡ଼କୁ ମନୋନୀତ

ଓଡିଶା ତାଜା ନ୍ୟୁଜ (୨୬ସେପ୍ଟେମ୍ବର, ସୋମବାର) ଜଟଣୀ :-  ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ୭ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମୋହିନୀ ନାୟକ ଜିଲ୍ଲା ଯୋଜନା ବୋର୍ଡ଼ ସଭ୍ୟା ଭାବେ ମନୋନୀତ ହୋଇଛନ୍ତି। ଶ୍ରୀମତୀ ମୋହିନୀଙ୍କ ରାଜନୈତିକ ଜୀବନ ଛତାବର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାବେ ଆରମ୍ଭ ହୋଇଥିଲା।ଇତି ମଧ୍ୟରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ତ୍ରି’ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହେବା ସହ ଜିଲ୍ଲାରେ ସର୍ବାଧିକ ଭୋଟ୍ ପାଇ ବିଜୟୀ ହୋଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଏବେ ତା’ଙ୍କୁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଜିଲ୍ଲା ଯୋଜନା ବୋର୍ଡ଼ର ସଭ୍ୟା ଭାବେ ମନୋନୀତ କରିବା ସଙ୍ଗେ ସଙ୍ଗେ ମସ୍ଛ,କୃଷି ଓ ପଶୁ ପାଳନ, ମୂର୍ତ୍ତିକା ସଂରକ୍ଷଣ, ଉଦଜାନ,ଜଳ ବିଭାଜିକା ଏବଂ ପୂର୍ତ୍ତ ବିଭାଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି। ଶ୍ରୀମତୀ ମୋହିନୀଙ୍କୁ ଏହି ପଦବୀରେ ମନୋନୀତ କରାଯାଇଥିବାରୁ ସେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂ ଓ ବିଜେଡି ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସର୍ବପରି ୭ନମ୍ବର ଜିଲ୍ଲା ପରିଷଦ ଯୋନର ଅଙ୍ଗାରପଡ଼ା, ଛତାବର, ଗଙ୍ଗପଡା, ପଦନପୁର, ହରିପୁର, ତରାବୋଇ, ବେଣାପଞ୍ଜରୀ ଓ ତିରିମଲ ପଞ୍ଚାୟତବାସୀ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହିତ ରାଜ୍ୟ ସଭା ସାଂସଦ ମୋଜିବୁଲା {ମୁନ୍ନା}ଖାଁ,ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।