ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଭୁବନେଶ୍ୱର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଓରଫ୍ ଟୁକୁନାଙ୍କର ଶନିବାର ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଭୁବନେଶ୍ୱର ଶିଶୁପାଳଗଡ଼ ଲକ୍ଷ୍ମୀବିହାର ବଡ଼ଜେନା ସାହି ସ୍ଥିତ ହରି ଭବନରୁ ଧଉଳି ପୋଲିସ ତାଙ୍କ ମୃତ୍ୟୁ ଦେହ ଜବତ କରିଥିଲା । ମୃତ୍ୟୁର ୪ଘଣ୍ଟା ପୂର୍ବରୁ ଫେସବୁକ୍ରେ ଧର୍ମେନ୍ଦ୍ର ସେୟାର କରିଥିବା ୨ଟି ଭିଡିଓ ସମ୍ବଧ୍ଵ ରେ ଭିନ୍ନ ଦିଗକୁ ଇସାରା କରୁଛି । ଭିଡିଓରେ ସେ କହିଛନ୍ତି ଯେ ମୋବାଇଲରେ ଦୁଇଟି ଭିଡିଓ ଅଛି। ସେହି ଭିଡିଓ ଦୁଇଟିକୁ ଯାଞ୍ଚ କଲେ ଅନେକ ତଥ୍ୟ ମିଳିବ । ତାହା ଲୋକଲୋଚନକୁ ଆସିବା ଦରକାର।

ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଧର୍ମେନ୍ଦ୍ର ସାହୁ ଙ୍କ ହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ଙ୍କ ସମ୍ପୃକ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଦାବିରେ ଭୁବନେଶ୍ୱର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଯୁବ ମୋର୍ଚ୍ଚା ସଭାପତି ସୋୟଂ ସେବକ ରାୟ ଙ୍କ ନେତୃତ୍ୱରେ ରାଜ୍ୟ ବିଜେପି କାର‌୍ୟ୍ୟଳୟ ରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଜାଇ ରାମ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ରାଜନୈତିକ ଲିଙ୍କ ରହିଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା । ଏହି କାରଣରୁ କିଛି ଦିନ ହେଲା ପରିବାରରେ କଳହ ଉଗ୍ରରୂପ ନେଇଥିଲା । ଏ ସମ୍ପର୍କରେ ପୂର୍ବରୁ ଲିଙ୍ଗରାଜ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିଛି ଦିନ ତଳେ ନିଜେ ଧର୍ମେନ୍ଦ୍ର କଳ୍ପନା ନିକଟରୁ ଏକ ହୋଟେଲରୁ ଧରାପଡ଼ିଥିଲେ ।

ଏହି କାରଣରୁ ସେ ମାନସିକ ଚାପରେ ମଧ୍ୟ ଥିଲେ । କିନ୍ତୁ ଏନେଇ ପୁଲିସ ମୁହଁ ଖୋଲୁନାହିଁ । ପ୍ରଶ୍ନ ଉଠୁଛି, ଏହି ରାଜନୈତିକ ଲିଙ୍କର ରହସ୍ୟ କ’ଣ ? ଲିଙ୍କ୍ରେ ଥିବା ପ୍ରମୁଖ ବ୍ୟକ୍ତିମାନେ କିଏ ? ସେହିପରି ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ମୋବାଇଲ୍ରେ ଯେଉଁ ଭିଡିଓ ଦୁଇଟି ସଂପର୍କରେ କହିଛନ୍ତି ତାକୁ ତଦନ୍ତ କରିବା ଆବଶ୍ୟକ ବୋଲି ଭୁବନେଶ୍ବର ବିଜେପି ଯୁବ ମୋର୍ଚ୍ଚା ସଭାପତି ସୋୟଂ ସେବକ ରାୟ କହିଛନ୍ତି । ଆଜିର ଏହି କାର‌୍ୟ୍ୟକ୍ରମ ରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ସଂଗ୍ରାମ ନାୟକ, ଜିଲ୍ଲା ଉପ ସଭାପତି ତୃପ୍ତିମଇ ମକଦ୍ଦମ,ଜିଲ୍ଲା ସମ୍ପାଦକ ତାପଶ ଦଳାଇ, ରଜନୀବାଳା ଦାସ, ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତା ଚଣ୍ଡୀପ୍ରସାଦ ବେହେରା, ସ୍ୱାଗତ ମହାପାତ୍ର, ଶାଶ୍ୱତ ନାୟକ, ନରେଶ ସାମଲ, ପ୍ରଭାତ ପରିଡ଼ା, ସତ୍ୟ ପ୍ରକାଶ ରାଉତ, ପ୍ରଭାତ ମଲ୍ଲିକ, ସାନ୍ତୁନୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।