ଡାବୁଗାଁ ବିଧାୟକ ମୋନୋହୋର ରନ୍ଧାରୀ ହେଲେ ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ଶୁକ୍ରବାର ) ନବରଙ୍ଗପୁର :- ଡାବୁଗାଁ ବିଧାୟକ ମୋନୋହୋର ରନ୍ଧାରୀ ହେଲେ ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଏ ନେଇ ଘୋଷଣା ହୋଇଛି । ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ସାନଭାଇ ତଥା ଝରିଗାଁ ବିଧାୟକ ପ୍ରକାଶ ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ନିଜ ନିଜ ଆଡୁ ଜୋର୍ ଜାର୍ ଲୋବି କରିଥିଲେ । ବିଧାୟକ ରନ୍ଧାରୀ ପୂର୍ବରୁ ନବରଙ୍ଗପୁର ବିଧାୟକ ଥିବାବେଳେ ସେ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଥିଲେ । ବର୍ତମାନ ସେ ଜିଲ୍ଲାର ଏକ ମାତ୍ର କଂଗ୍ରେସ୍ ବିଧାୟକ ଥିବା ଭୂଜବଳ ମାଝୀ ଙ୍କୁ ପରାସ୍ତ କରି ଜିଲ୍ଲା ରେ ଚର୍ଚ୍ଚା ରେ ଥିଲେ ।

ଡ଼ାବୁଗାଁ ରୁ ବିଜୟ ହେଲେ ମନ୍ତ୍ରୀ ହେବେ ବୋଲି ତାଙ୍କ ନିକଟତମ ପ୍ରତିନିଧି ମନ୍ତ୍ରୀ ହେବେ ବୋଲିସେତେବେଳେ ଆଲୋଚନା କରୁଥିଲେ । ତାଙ୍କୁ ମନ୍ତ୍ରୀ ନ ଦେଇ ତାଙ୍କ ସାନ ଭଉଣୀ ତଥା କୋଟପାଡ଼ ବିଧାୟୀକା ପୋଦ୍ମେନୀ ଦିଆଁନ ଙ୍କୁ ମନ୍ତ୍ରୀ ଦେଇ ଶାନ୍ତ କରିଥିଲେ । ବିଧାୟକ ରନ୍ଧାରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲା ପରେ ତାଙ୍କ ସାନଭଉଣୀ ତଥା କୋଟପାଡ଼ ବିଧାୟିକା ମଧ୍ୟ ଶାନ୍ତ ହୋଇଥିବା ନିକଟତମପ୍ରତିନିଧି ଠାରୁ ପ୍ରକାଶ ।

ପୂର୍ବରୁ ଜିଲ୍ଲା ଯୋଜନା ବର୍ଡ ର ଅଧ୍ୟକ୍ଷ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ଥିଲେ । ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ଏହି ପଦବୀ ଖାଲି ପଡିଥିଲା । ଆଜି ବିଧାୟକ ରନ୍ଧାରୀ ଜିଲ୍ଲା ଯୋଜନା ବର୍ଡ ଅଧ୍ୟକ୍ଷ ହେଲା ପରେ ଏହାର ପୂର୍ଣ୍ଣଚେଦ ପଡିଲା । ଦଳ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ କୋଷାଗୁମୁଡା ଅଧ୍ୟକ୍ଷ ଉପାଧ୍ୟକ୍ଷ ଡାବୁଗାଁ ବ୍ଲକ୍ ଅଧ୍ୟକ୍ଷ ଉପାଧ୍ୟକ୍ଷ, ପାପୋଡାହାଣ୍ଡି ବ୍ଲକ୍ ଅଧ୍ୟକ୍ଷା ଉପାଧ୍ୟକ୍ଷ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମ୍ମୁକ ଅଭିନନ୍ଦନ ଜଣାଇଛନ୍ତି ।