ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ଶୁକ୍ରବାର ) ବରଗଡ଼ :- ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ରେ ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କ ପୈାରହିତ୍ୟରେ ତାଙ୍କ ପ୍ରକୋଷ୍ଠ ରେ ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟି ର ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଧନୁଯାତ୍ରା ମହୋତ୍ସବ ର ୭୫ ତମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ'ଧନୁଷ୍ପ୍ରଭା' ମୁଖପାତ୍ର କୁ କିଭଳି ସ୍ବତନ୍ତ୍ର ଓ ସର୍ବାଙ୍ଗ ସୁନ୍ଦର ହୋଇ ପ୍ରକାଶିତ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା ।

ଲେଖକ ମାନଙ୍କ ଠାରୁ ଲେଖା ସଂଗ୍ରହ ତଥା ଅନ୍ୟାନ୍ୟ ତଥ୍ୟ ସଂଗ୍ରହ ପାଇଁ ଆସନ୍ତା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ବୈଠକରେ ଧନୁଯାତ୍ରା ମହୋତ୍ସବ ସମିତି ର ସମ୍ପାଦକ ସୁରେଶ୍ଵର ଶତପଥୀ, ଅଧ୍ୟାପକ ମୋହନ ସାହୁ, ପଞ୍ଚାୟତ କଲେଜ ଅଧ୍ୟକ୍ଷ ପତିତପାବନ ସାହୁ, ଟ୍ରଷ୍ଟ ଫଣ୍ଡ କଲେଜ ଅଧ୍ୟକ୍ଷ ଡ଼ଃ ସରୋଜ କୁମାର ଦେବତା, ବରଗଡ଼ ମହିଳା କଲେଜ ର ଅଧ୍ୟାପିକା ସଂଘମିତ୍ରା ମିଶ୍ର, ଜିଲ୍ଲା କୋଷାଗାର ର ମୁଖ୍ୟ ମିନତି ପତି, ଡେପୁଟି କଲେକ୍ଟର ଅଶ୍ବିନୀ ଦାଶ, ଆଇନଜୀବୀ ଲିପସିତ ମିଶ୍ର,ମୁଦ୍ରକ ସଂକୀର୍ତ୍ତନ ଜାଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଶ୍ବିନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।